ମେଦିନୀପୁର ହତ୍ୟା ମାମଲାର ରାୟ ପ୍ରକାଶ:ପ୍ରମାଣ ଅଭାବରୁ ୨ ନିର୍ଦ୍ଦୋଷରେ ଖଲାସ

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ମେଦିନୀପୁର ଗ୍ରାମରେ ୨୦୧୪ ମସିହା ଡିସେମ୍ବର ୧୩ ତାରିଖରେ ଜଣେ ମହିଳାଙ୍କୁ ଘର ଭିତରେ ନିର୍ମମ ହତ୍ୟା କରିଥିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ସୋମବାର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏହି ମାମଲାର ଖଲାସ କରି ୨ ଅଭିଯୁକ୍ତଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗତ ୨୦୧୪ ମସିହା ଡିସେମ୍ବର ୧୩ ତାରିଖରେ ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମେଦିନୀପୁର ଗ୍ରାମର ବିବେକାନନ୍ଦ ସାହୁଙ୍କ ସ୍ତ୍ରୀ ଭାନୁମତୀ ସାହୁ(୪୮) ନିଜ ଘରେ ଥିଲେ। ଏକା ଥିବା ଦେଖି ଦୁର୍ବୃତ୍ତମାନେ ଘରକୁ ପଶି ଭାନୁମତୀକୁ ନିର୍ମମ ଭାବେ ହତ୍ୟା କରିଥିଲେ। ମୃତ ଭାନୁମତୀଙ୍କ ସ୍ୱାମୀ ବିବେକାନନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ କରି ମେଦିନୀପୁରର ଯୁଧିଷ୍ଠିର ପଟେଲ ଓ ଭବନୀପାଟଣା ବାହାଦୁର ବଗିଚାପଡ଼ାର ନରେଶ ତାଣ୍ଡିଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ସୋମବାର ଅତିରିକ୍ତ ଜିଲ୍ଲା ଦୌରାଜଜ ଧନେଶ୍ୱର ମଲ୍ଲ୍‌ିକ ଏହି ମାମଲାର ଶୁଣାଣି କରି ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ରାଜେଶ ନାଏକ ମାମଲା ପରିଚାଳନା କରିଥିବା ବେଳେ ଜଗନ୍ନାଥ ପାଣିଗ୍ରାହୀ ଓ ସୁଧୀର ରଂଜନ ଦାସ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର