ଗାମୁଛାରେ ମା’ଙ୍କ ପାଇଁ ନଡ଼ିଆ, ଶଙ୍ଖା ଓ ସିନ୍ଦୁର ବାନ୍ଧି ଆଣ୍ଠେଇ ଆଣ୍ଠେଇ ଘଟଗାଁ ଗଲେ ଯୁବକ

ଚାନ୍ଦବାଲି: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟକୁ ସହଜରେ ଦୂର କରିହୁଏ । କରୋନା କଟକଣା ପାଇଁ ରାଜ୍ୟରେ ଯାତାୟାତ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଗାଡ଼ିମଟର ଚଳାଚଳ ସହିତ ଧାର୍ମିକସ୍ଥାନ ଆଦିକୁ ବନ୍ଦ ରଖାଯାଇଛି। ଏଭଳି ପରିସ୍ଥିତରେ ଜଣେ ଭକ୍ତ ଆଣ୍ଠେଇ ଆଣ୍ଠେଇ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପହଁଞ୍ଚିଥିବା ନେଇ ଏକ ଖବର ଆସିଛି।

ଭଦ୍ରକ ଜିଲ୍ଲା ପାଳିଆ ଅଂଚଳର ଶୁଧାଂଶୁ ମଲିକ ପ୍ରତିବର୍ଷ ମା’ ଦର୍ଶନ ପାଇଁ ଘଟଗାଁକୁ ଯାଇଥାନ୍ତି । ମା’ଙ୍କ ପାଖରେ ଯାାହା ମାନସିକ କଲେ ତାହା ପୁରଣ ହୋଇଥାଏ ବୋଲି ସେ ପତିକ୍ରିୟାରେ କହିଛନ୍ତି । କରୋନା କଟକଣା ମଧ୍ୟରେ ମା’ଙ୍କ ଦର୍ଶନ ପାଇଁ ମନ ବ୍ୟାକୁଳ ହେବାରୁ ଶୁଧାଂଶୁ ମଲିକ ଘଟଗାଁ ଯିବାକୁ ସ୍ଥିର କରିଥିଲେ। କିନ୍ତୁ ଗାଡ଼ି ପାଇ ନଥିଲେ। ଶେଷରେ ସେ ଚାଳିଚାଲି ଘଟଗାଁ ବାହାରିଥିଲେ ।

ଶୁଧାଂଶୁ କିଛି ବାଟ ଚାଳଚାଲି ଯିବା ପରେ ଆଉ କିଛି ବାଟ ଆଣ୍ଠେଇ ଆଣ୍ଠେଇ ଯାଇ ଘଟଗାଁରେ ପହଁଚି ଥିଲେ। କରୋନା କଟକଣା ମଧ୍ୟରେ ମନ୍ଦିର ବନ୍ଦ ରହିଥିବାରୁ ସେ ମା’ଙ୍କୁ ଦର୍ଶନ କରିପାରି ନଥିବାରୁ ମନ ଉଣା କରିଥିଲେ। କିନ୍ତୁ ମା’ ତାଙ୍କର ମାନସିକ ନିଶ୍ଚୟ ପୂରଣ କରିବେ ବୋଲି ମନରେ ବିଶ୍ୱାସ ରଖି ନିଜ ଗାମୁଛାରେ ବାନ୍ଧି ନେଇଥିବା ନଡ଼ିଆ ଶଙ୍ଖା ସିନ୍ଦୁରକୁ ମା’ଙ୍କ ହୁଣ୍ଡିରେ ଦେଇ ପୀଠରେ ନିଜର ଦୁଃଖ ଜଣାଇ ପୁଣି ଘରକୁ ଫେରିଆସିଥିଲେ ଶୁଧାଂଶୁ।

ସମ୍ବନ୍ଧିତ ଖବର