ଜଳୁଛି ଶିମିଳିପାଳ ଜଙ୍ଗଲ, ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି

ବାରିପଦା: ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି। ଶିମିଳିପାଳ ଉତ୍ତର ଜୋନ ବନ୍ୟପ୍ରାଣୀ ବନଖଣ୍ଡ ଅଧୀନରେ ୧୩ଟି ସ୍ଥାନରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଫାୟାର ସ୍କ୍ବାଡ୍ ଓ ବନ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛନ୍ତିି। ରାଜ୍ୟରେ ଅଧିକାଂଶ ସ୍ଥାନରେ ତାତି ୪୦ ଡିଗ୍ରି ପାର କରିଥିବା ବେଳେ ହିଟୱେଭ ଦେଖିବାକୁ ମିଳିଛି। ଖରାରେ ଗଛପତ୍ର ଶୁଖିଯାଉଛି। ତେବେ ଜଙ୍ଗଲରେ କିପରି ନିଆଁ ଲାଗିଲା, ତାହା ଉପରେ ତଦନ୍ତ କରୁଛି ବନ ବିଭାଗ।

ସମ୍ବନ୍ଧିତ ଖବର