ଅନୁସନ୍ଧାନ କରୁଥିବା ବର୍ଗ

ଜିଲ୍ଲା

ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଲା ଖୋର୍ଦ୍ଧା-ବିଶାଖାପାଟଣା ଏକ୍ସପ୍ରେସ୍‌ !

ରାୟଗଡ଼ା: ରାତି ପ୍ରାୟ ୧ଟା ବେଳକୁ ମୁନିଗୁଡା ଷ୍ଟେସନ୍‌ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଅତିକ୍ରମ କରିବାପରେ ହଠାତ୍‌ ସେଠାରେ ବଡ଼ ଧରଣର ଶବ୍ଦ ହୋଇଥିଲା। ଏହା ଶୁଣି ସେଠାରେ ରେଳ କର୍ମଚାରୀମାନେ ପହଞ୍ଚିଥିଲେ। ସେମାନେ ସେଠାରେ ରେଳ ଧାରଣାକୁ ମରାମତି କରିଥିଲେ। ଏହାପୂର୍ବରୁ ମୁନିଗୁଡା…
ଅଧିକ ଖବର ଦେଖନ୍ତୁ...

ପଦାରେ ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ଭାଲୁ ଆକ୍ରମଣ!

ନୂଆପଡ଼ା: ନୂଆପଡ଼ାଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଜୁନାନି ଗ୍ରାମରେ ପଦାରେ ଶୌଚ ହେବାକୁ ଯାଇଥିବା ଜଣେ ମହିଳାଙ୍କୁ ଭାଲୁ ଆକ୍ରମଣ କରି କ୍ଷତାକ୍ତ କରିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଜୁନାନି ଗ୍ରାମର ସୀମା ମାଝି (୨୫) ନିଜର ୩ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ନେଇ…
ଅଧିକ ଖବର ଦେଖନ୍ତୁ...

ବର୍ବରତା : ୫୦ ବର୍ଷୀୟାଙ୍କୁ ବାନ୍ଧି ଗଣଦୁଷ୍କର୍ମ

ରାଉରକେଲା/ବଣାଇଁଗଡ଼ : ବଣାଇଁ ଉପଖଣ୍ଡର ଅପହଞ୍ଚ ମାଓପ୍ରବଣ ଗାଁ କୁସୁମଡିହିରେ ଦୁବୃର୍ତ୍ତମାନେ ଜଣେ ୫୦ ବର୍ଷୀୟା ବିବାହିତାଙ୍କୁ ବାନ୍ଧି ଗଣଦୁଷ୍କର୍ମ କରିବା ପରେ ଯୌନାଙ୍ଗକୁ କୌଣସି ଅସ୍ତ୍ରରେ ଆଘାତ କରି ଫେରାର ହୋଇ ଯାଇଛନ୍ତି। ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ…
ଅଧିକ ଖବର ଦେଖନ୍ତୁ...

ସମ୍ପତ୍ତି ଲୋଭରେ ଶିକ୍ଷୟିତ୍ରୀ ପତ୍ନୀଙ୍କୁ ହତ୍ୟା

ରାଉରକେଲା : ଛେଣ୍ଡ କଳିଙ୍ଗ ବିହାର କୋ-ଅପରେଟିଭ୍‌ କଲୋନି ଡବଲ୍‌ ମର୍ଡରର ମୁଖ୍ୟ ଅଭିଯୁକ୍ତ ବ୍ରଜ କିଶୋର ସାହୁ ପୁଲିସ ହାତରେ ଧରାପଡ଼ିଛି। ସମ୍ପତ୍ତି ଲୋଭରେ ଦ୍ୱିତୀୟ ସ୍ୱାମୀ ବ୍ରଜ ହିଁ ଶିକ୍ଷୟିତ୍ରୀ ଇଷ୍ଟର ଲେଙ୍କାଙ୍କ ତଣ୍ଟି କାଟି ହତ୍ୟା କରିଛି। ଏପରିକି ଧରାପଡ଼ିଯିବା ଆଶଙ୍କାରେ ନିଜ…
ଅଧିକ ଖବର ଦେଖନ୍ତୁ...

ଝିଅର ପ୍ରେମିକକୁ ହତ୍ୟା: ଅଭିଯୁକ୍ତ ବାପାର ଆତ୍ମସମର୍ପଣ

ବଡ଼ଗାଁ/କୁତ୍ରା : ଝିଅର ଚୋରା ପ୍ରେମକୁ ବିରୋଧ କରି ଆସୁଥିଲେ ବାପା। ଏଥିପାଇଁ ଝିଅକୁ ଅନେକବାର ତାଗିଦ୍‌ କରିଥିଲେ। ଏପରିକି ଝିଅ ପଛରେ ନପଡ଼ିବାକୁ ପ୍ରେମିକକୁ ବି ଧମକ ଦେଇଥିଲେ। ମାତ୍ର କୌଣସି ସୁଫଳ ନମିଳିବାରୁ ଶେଷରେ ଝିଅର ପ୍ରେମିକକୁ ହତ୍ୟା କରି ଅଭିଯୁକ୍ତ ବାପା ପୁଲିସ ହାତରେ ଧରା ଦେବା…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର ସୀମାନ୍ତରେ ୧୫୦ ହାତୀ

କେନ୍ଦୁଝର/ଚମ୍ପୁଆ : କେନ୍ଦୁଝର ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ୧୫୦ରୁ ଅଧିକ ହାତୀ ଥିବା ଖବର ମିଳିବା ପରେ ଆଜି ଚମ୍ପୁଆ, ପାଟଣା ଓ ବଡ଼ବିଲ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ବଣୁଆ ହାତୀପଲଙ୍କୁ ନିରାପଦ ଦୂରରେ ରଖିବା ଲାଗି ବନ ବିଭାଗ ୭୦ଟି ହାତୀ ସ୍କ୍ଵାଡ୍‌କୁ ନିୟୋଜିତ ରଖିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିର ଶିଶୁ ଶିଳ୍ପୀ ରୋଶନ କୁମାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଶିଶୁ ଚିତ୍ରଶିଳ୍ପୀ ରୋଶନ ରଣା ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେ ଆଙ୍କିଥିବା ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ଆକର୍ଷଣୀୟ ଚିତ୍ର ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ…
ଅଧିକ ଖବର ଦେଖନ୍ତୁ...

ମହୁମାଛି ଆକ୍ରମଣରେ ଦୁଇ ଭାଇ ମୃତ, ପରିବାର ବେସାହାରା

କଲମପୁର/କେସିଙ୍ଗ : ମହୁମାଛି ଆକ୍ରମଣରେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପଣ୍ଡିଗାଁ ପଞ୍ଚୟତ ପୁଟେସ ଗାଁରେ ଦୁଇ ଭାଇ ଲକ୍ଷ୍ମଣ ମାଝୀ ଓ ଲତ୍‌କୁ ମାଝୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଉଭୟଙ୍କ ପରିବାର ବେସାହାରା ହୋଇ ପଡ଼ିଛନ୍ତି। ଏହି ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଜେପିରେ ବିଦ୍ରୋହ, ନାରାୟଣଙ୍କ ଇସ୍ତଫା

ବରଗଡ଼ : ଅଶୋକ ପାଣିଗ୍ରାହୀଙ୍କ ଯୋଗଦାନ ପାଇଁ ଉତ୍ସାହିତ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଜିଲ୍ଲା ସଭାପତି ନାରାୟଣ ସାହୁ ଏବଂ ୫ଜଣ ମଣ୍ଡଳ ସଭାପତି ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ତେବେ ରବିବାର ରାତିରୁ ଶ୍ରୀ ସାହୁଙ୍କ ମୋବାଇଲ୍‌ ସ୍ୱିଚ୍‌ ଅଫ୍‌ ଥିବାବେଳେ ବରପାଲି ସମାବେଶରେ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ ଜୟନ୍ତୀରେ ଡାକ୍ତରଙ୍କ ଅନଶନ

କଟକ : ଗାନ୍ଧୀ ଜୟନ୍ତୀରେ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଓଡ଼ିଶା ଶାଖା ପକ୍ଷରୁ ଆଜି ୧୨ ଘଣ୍ଟିଆ ଅନଶନ କରାଯାଇଛି। ସଂଘର ସଦସ୍ୟମାନେ ୨୨ ଦଫା ଦାବିପୂରଣ ପାଇଁ ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ଧାରଣା ତଥା ଅନଶନ କରିଛନ୍ତି। ୩୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୭ଶହ…
ଅଧିକ ଖବର ଦେଖନ୍ତୁ...