ମସ୍ତିପୁଟରେ ଝାଡାବାନ୍ତି: ୧୬ ଆକ୍ରାନ୍ତ, ୬ ଗୁରୁତର 

କୋରାପୁଟ: କୋରାପୁଟ ବ୍ଲକ ଅନ୍ତର୍ଗତ ମସ୍ତିପୁଟରେ ବ୍ୟାପିଛି ଝାଡାବାନ୍ତି। ଦଶମନ୍ତପୁର ପରେ ଆଜି କୋରାପୁଟ ବ୍ଲକରେ ଏହି ଝାଡାବାନ୍ତି ବ୍ୟାପି ଗାଁର ୧୬ ଜଣ ବ୍ୟକ୍ତି ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୬ ଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଅପ୍ରୀତିକର ପରିସ୍ଥିତିକୁ ଏଡେଇବାକୁ ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବିଶୋଧନ କାର୍ଯ୍ୟ ଆରମ୍ଭ କରିଛି। ଏହି ଖବର ପ୍ରଚାରିତ ହେବା ପରେ ଡାକ୍ତରୀ ଦଳ ଓ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଗ୍ରାମକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଗାଁର ଆଦିବାସୀ ସାହି, ରଣା ସାହି ଓ ଖ୍ରୀଷ୍ଟିଆନ ସାହିର ସୁକୁରି ମାଝୀ, ଗଗନ ନାଗ, ମାନସ କୂଳଦୀପ, ପି. କୂଳଦୀପ, ସୁଚିତା ସାହୁ, କଳ୍ପନା ଖୋସଲା, ଲିତିକା ବେନିଆ, ଗାଙ୍ଗୀ କରମନ, ସୁନାଧର ଜାନୀ, ଧନୁର୍ଜୟ ଜାନୀ, କମଳଲୋଚନ ଜାନୀ, ମୀନାକ୍ଷୀ ମୁଦୁଲି, ସନ୍ଦୀପ କୂଳଦୀପ, ହନା କୂଳଦୀପ, କମଳ ଲୋଚନ ହନ୍ତାଳ, ମନୋଜ କୁମାର ପୂଜାରୀ ପ୍ରମୁଖ ଝାଡାବାନ୍ତିରେ ପିଡିତ ରହିଥିବା ସୂଚନା ରହିଛି।

Sambad

ତଳ ଜାନିଗୁଡା ମେଡିକାଲ ଅଫିସର ଡାକ୍ତର ଶାଶ୍ବତୀ ମହାନ୍ତି ପ୍ରଭାବିତ ଗ୍ରାମ ପରିଦର୍ଶନ କରି ପରିବେଶ ସୁସ୍ଥ ନଥିବା ପ୍ରକାଶ କରିଛନ୍ତି। ପାଣି ପରୀକ୍ଷା ନିମନ୍ତେ ନିଆଯାଇଥିବା ସେ ସୂଚନା ଦେଇଛନ୍ତି। ଆକ୍ରାନ୍ତ ବ୍ୟକ୍ତି ମାନେ ଏବେ ସୁସ୍ଥ ଥିବା ସେ ସୂଚନା ଦେଇଛନ୍ତି। ଗୋଟିଏ ପରିବାରର ତିନିଜଣ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ସେ ପ୍ରକାଶ କରିଛନ୍ତି। ଆଦିବାସୀ ସାହିରେ ପାଇପ ଯୋଗେ ପାଣି ଆସୁ ନଥିବା ଗ୍ରାମବାସୀ ମଧୁ ମୁଦୁଲି ଅଭିଯୋଗ କରିଛନ୍ତି। ପାନୀୟ ଜଳ ଓ ପରିମଳ ସମସ୍ୟା ସମାଧାନ କରିବା ନିମନ୍ତେ ପଞ୍ଚାୟତ କାର୍ଯ୍ୟାଳୟରେ ବିଡିଓ ଶ୍ରୀ ନାୟକ ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର