ନକଲି ବିହନ ଯୋଗୁଁ କାଲି ବିଷ ପିଇଥିଲେ ଚାଷୀ, ଆଜି ବୁର୍ଲା ହସ୍ପିଟାଲରେ ମୃତ୍ୟୁ

ସମ୍ବଲପୁର: ନକଲି ବିହନ ମିଳିଥିବା ଯୋଗୁଁ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳର ଜଣେ ଚାଷୀ ମାନସିକ ଭାରସାମ୍ୟ ହରାଇ ରବିବାର ବିଷ ପିଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ସେ ବୁର୍ଲା ବଡ଼ ମେଡିକାଲରେ ଜୀବନ ହାରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ କୁଚିଣ୍ଡା ଥାନା ଅନ୍ତର୍ଗତ ଗୋଛରା ଗାଁର ଚାଷୀ ବିମଲ କିଷାନ (୨୬) ଚାଷ ଆରମ୍ଭ କରି ପାରି ନ ଥିବାରୁ ମାନସିକ ଭାରସାମ୍ୟ ହରାଇ ବିଷ ପିଇଥିଲେ। ନବ ବିବାହିତ ବିମଲକୁ ରବିବାର ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ବିମଲଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବିମଲଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଜନ୍ମାଷ୍ଟମୀ ବିତି ଯାଇଥିଲେ ମଧ୍ୟ ସେମାନେ ଚାଷ କାମ ଆରମ୍ଭ କରି ପାରି ନଥିଲେ। ଫଳରେ ବିମଳ ମାନସିକ ଭାରସାମ୍ୟ ହରାଇ ବସିଥିଲେ। କିଛି ଦିନ ହେବ ଚିନ୍ତା ଭିତରେ ବୁଡ଼ି ରହୁଥିଲେ।

ସମ୍ବନ୍ଧିତ ଖବର