ଵାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଯୁବକ ମୃତ

ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା!

ସୁନ୍ଦରଗଡ଼/ବାଲିଶଙ୍କରା: କିଞ୍ଜିରକେଲା ଥାନା ଟାଙ୍ଗରଯୋରରେ ଏକ ଅଭାଵନୀୟ ଘଟଣା କ୍ରମରେ ବାରହା ପାଇଁ ଵିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦେଓଭୁଵନପୁରର ଜଣେ ଯୁବକ ଲଲୀନ୍ଦ୍ର କାଲୋ (୨୬)ଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସୋମବାର ଘଟିଥିବା ଏହି ଘଟଣାକୁ ବାଇକ ଦୁର୍ଘଟଣାର ରୂପ ଦେଵାକୁ ଚେଷ୍ଟା କରି ମୃତ ଦେହକୁ ଦେଓଭୂବନପୁରର ଏକ ଗଛ ମୂଳେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ ଦେଓଭୁବନପୁରର ଲଲୀନ୍ଦ୍ର କାଲୋ ଓ ଦେବାଶିଷ କାଲୋ ସୋମବାର ଏକ ଵାଇକ୍ ଯୋଗେ କୌଣସି କାମରେ ଟାଙ୍ଗରଯୋର ଯାଇ ଫେରିବା ବେଳେ ଗାଁ ମୁଣ୍ଡ ସୁବାସ ପ୍ରଧାନଙ୍କ ଘର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ବାରହା ଧରିବାକୁ ବିଛା ଯାଇଥିବା ଜୀବନ୍ତ ଵିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ସଙ୍ଗରେ ଥିବା ଦେବାଶିଷ କିଂକର୍ତ୍ତବ୍ୟଵିମୁଢ ହୋଇ ଚିତ୍କାର କରିଥିଲେ। ଏହାପରେ ବିଦ୍ୟୁତ୍ ତାର ଵିଛାଇଥିବା ଲୋକ ଆସି ଦେବାଶିଷଙ୍କୁ ଘଟଣା ଵାହାରେ ପ୍ରଘଟ ନ କରିବାକୁ କହି ତାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲେ। ମୃତଦେହକୁ ସେ ନିଜ ବାଇକ୍ (ସିଜି୧୪- ଏମସି- ୯୫୨୪)ରେ ନେଇ ଦେଓଭୁବନପୁର ପାଖ ଏକ ଵରଗଛ ମୂଳେ ବାଇକ୍ ସହ ଫିଙ୍ଗି ଦେଇଥିଲେ। ଆଜି ସକାଳୁ ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ଥାନାକୁ ଖଵର ଦେଇଥିଲେ। ପୁଲିସ ପହଞ୍ଚି ଶବକୁ ବ୍ୟଵଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ମୃତ ଲଲୀନ୍ଦ୍ର ଜଣେ ମେଳାପୀ ଯୁଵକ ହୋଇଥିବାରୁ ଗାଁରେ ଶୋକର ଛାୟା ଖେଳି ଯାଇଛି।
ସୂଚନାଯୋଗ୍ୟ, କିଞ୍ଜିରକେଲା ଓ ବାଲିଶଙ୍କରା ଅଞ୍ଚଳରେ ବାରହା ମାରିବା ପାଇଁ ଏମିତି ବିଦ୍ୟୁତ୍ ତାର ବିଛାଇ ଜନଜୀବନ ପ୍ରତି ବିପଦ ସୃଷ୍ଟି କରାଯାଉଥିବା ବେଳେ ଵନଵିଭାଗ ଓ ପୁଲିସ ଏହାକୁ ନଜରଅନ୍ଦାଜ କରୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର