ବାଇକ ଚୋରି ଘଟଣାରେ ଜଣେ ଗିରଫ, ୩ ବାଇକ ଜବତ

ମାଲକାନଗିରି: ମାଲକାନଗିରିର ବିଭିନ୍ନ ସ୍ଥାନରେ ତିନି ତିନୋଟି ବାଇକ ଲଗାତାର ଚୋରି ହୋଇଥିଲା। ଏନେଇ ମାଲକାନଗିରି ପୁଲିସ ଥାନାରେ ଏତଲା ଦିଆଯିବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତଦନ୍ତ କରି ଜଣେ ଚୋରକୁ ଗିରଫ କରିବା ସହ ତିନୋଟି ବାଇକକୁ ମଧ୍ୟ ଉଦ୍ଧାର କରିଛି।

ଏମଭି-୯ ଗ୍ରାମର ଭୋଳାନାଥ ମଣ୍ଡଳ ନାମକ ଯୁବକ ଏହି ବାଇକଗୁଡିକ ଚୋରି କରିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ଭୋଳାନାଥକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର