ବାଇକ୍‌ ଆଗରେ ପିଟିହେଲା କୁକୁର, ଯୁବକଙ୍କ ମୃତ୍ୟୁ

ରାଇରଙ୍ଗପୁର: ବାଇକରେ ଆସି କୁକୁର ପିଟି ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ‌ହୋଇଛି। ମୃତ ବ୍ୟକ୍ତି ହେଲେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ଅଞ୍ଜନ କୁମାର ଗିରି (୪୮)।
ସୂଚନା ଅନୁଯାୟୀ ମୃତକ ଜଣଙ୍କ ବାଦାମପାହାଡ଼ ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ମାଗୁଣି ଚରଣ ଗିରିଙ୍କ ପୁଅ ଅଞ୍ଜନ କୁମାର ଗିରି ବୋଲି ଜଣାପଡିଛି। ତେବେ ସେ ରାଇରଙ୍ଗପୁରରୁ ଘରକୁ ଯାଉଥିବା ବେଳେ ଭୂଟୁକାବାଦି ନିକଟରେ କୁକୁରଟି ବାଇକ ଚକରେ ପଶି ଯାଇଥିବାରୁ ସେ ଛିଟିକି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ରାଇରଙ୍ଗପର ଗ୍ରାମାଞ୍ଚଳ ଥାନାରେ  ଏକ ମାମଲା ରୁଜୁ ହୋଇଛି।
ସମ୍ବନ୍ଧିତ ଖବର