ଅପରାଜିତାଙ୍କୁ ମନ୍ମଥଙ୍କ ଟାର୍ଗେଟ୍‌: କହିଲେ କାମରେ ଅସ୍ମିତା ଥାଏ, କଥାରେ ନୁହେଁ

ଭୁବନେଶ୍ବର: ବିଜୁ ଜନତା ଦଳ(ବିଜେଡି)ର ଭୁବନେଶ୍ବର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବୟୋଜ୍ୟେଷ୍ଠ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କାମ କରୁଛନ୍ତି। କିନ୍ତୁ ତାଙ୍କୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହୁଛନ୍ତି ବୟସ ଅଧିକ ହେଇଗଲାଣି ଘରେ ବସନ୍ତୁ। ଏ ହେଉଛି ତାଙ୍କ ସଂସ୍କାର। ଜିଡିପି ଆଜି କେଉଁଠି? ବିହାରର ଡେଭଲପ ଇନଡେକ୍ସ କଣ? ଖାଲି ଓଡ଼ିଶା କଥା କହୁଛନ୍ତି। ଆବାସ ଯୋଜନା ହିତାଧିକାରୀଙ୍କ ତାଲିକା ରାଜ୍ୟରୁ କଟିଲା। କିନ୍ତୁ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କଲେନି କାହିଁକି କାଟିଲାନି ବୋଲି। ସମ୍ବିଧାନ ଅଧିକାର ଦେଇଛି ଜଣେ ଦୁଇଟି ସ୍ଥାନରେ ଛିଡ଼ା ହୋଇପାରିବେ। ଆମେ ତାଙ୍କୁ ଭଲ ପାଉଛୁ ସାରା ଓଡିଶାବାସୀ। ତାଙ୍କୁ ଭଲ ପାଉଛନ୍ତି। ସେଥିପାଇଁ ଏହା ଆମ ଦଳର ନିଷ୍ପତ୍ତି। ଶ୍ରୀ ରାଉତରାୟ ଆହୁରି ମଧ୍ୟ କହିଛନ୍ତି କି, ସାନ ବାବୁ, ବଡ ବାବୁ ଜଣେ ଶିକ୍ଷିତ ମହିଳାଙ୍କ ଭାଷା ନୁହେଁ। ବଡ ବାବୁ ସମସ୍ତଙ୍କୁ ସମ୍ମାନ ଦିଅନ୍ତି। ବିରୋଧୀଙ୍କୁ ବି ଆଉ ସାନ ବାବୁ ସେଭଳି କିଛି କରିନାହାନ୍ତି କ୍ଷମତା ହାସଲ ପାଇଁ। ଆପଣ ବି ଓଡ଼ିଆ ନୁହନ୍ତି, କିନ୍ତୁ ଆପଣଙ୍କୁ ଓଡ଼ିଶା ବାସୀ ଆଶୀର୍ବାଦ କରିଛନ୍ତି। ଜାଣିଶୁଣି ଗୋଟେ ଛବି ଚେଷ୍ଟା କରୁଛନ୍ତି ଓଡିଶାବାସୀଙ୍କ ମନରେ।

ମନ୍ମଥ ରାଉତରାୟ କହିଛନ୍ତି କି, ଇଲେକ୍ଟୋରାଲ ବଣ୍ଡରେ ୬ହଜାର କୋଟି ମିଳିଛି ଭହକ୍ଟ୍ର ବିଜେପିକୁ। କେମିତି ମିଳିଲା? ତାର ହିସାବ ଦିଅନ୍ତୁ। ଆମେ ତ କେବେ ଆପଣଙ୍କୁ ହିସାବ ମାଗିନୁ। ଲିଙ୍ଗରାଜ ପ୍ରକଳ୍ପ ଆପଣଙ୍କ ପାଇଁ ବନ୍ଦ ହୋଇଛି। ନବୀନ ପଟ୍ଟନାୟକ ଏଠିକାର ପୁଅ। ଷଷ୍ଠ ଥର ପାଇଁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ। ଆଉ ଦୁଇଟି ସିଟରେ ବିଜୟୀ ହେବେ। ଆପଣ ସେଥିପାଇଁ ଭୟଭୀତ ହୋଇଯାଉଛନ୍ତି। କେନ୍ଦ୍ର ସରକାରର କଣ ସହାୟତା ଦେଲେ। କୋଭିଡ୍ ସମୟରେ ଅକ୍ସିଜେନ ରାଜ୍ୟ ଦେଲା।

ସୂଚନାଯୋଗ୍ୟ, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ସେ କହିଥିଲେ, ଓଡ଼ିଶାରେ  ଗତ ୨୪ ବର୍ଷ ହେବ ଏକ ନିଷ୍କ୍ରିୟ ସରକାର ଚାଲିଛି। କରୋନା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ବେଶି ଦେଖିବାକୁ ମିଳୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ସେକ୍ରେଟାରିଏଟକୁ ପ୍ରାୟତଃ ଯାଉ ନାହାନ୍ତି। ସବୁ ବିଭାଗର କାର୍ଯ୍ୟ ମୁଖ୍ୟମନ୍ତ୍ରୀ ନିଜେ ସମୀକ୍ଷା କରିବା କଥା। କିନ୍ତୁ ତାହା ହେଉନାହିଁ। ଏଠାରେ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଦେଖାପାଉନଥିବାରୁ ଦଳ ଛାଡ଼ୁଛନ୍ତି। ଏପରିକି ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ବି ଭେଟି ପାରୁନାହାନ୍ତି। କୌଣସି ରାଜ୍ୟରେ ଏପରି ବିଚିତ୍ର ବ୍ୟବସ୍ଥା ନାହିଁ।

ଜଣେ ସାନ ବାବୁ ବଡ଼ ବାବୁ ହେବାକୁ ବିଫଳ ପ୍ରୟାସ କରୁଛନ୍ତି। ସାନ ବାବୁ ବୁଲୁଛନ୍ତି। ଭୋଟ ପାଇଥିବା ନେତା ଯାଉ ନାହାନ୍ତି। ମୋର ଅନୁରୋଧ ଶାସନ ବ୍ୟବସ୍ଥାକୁ ଆଉଟ ସୋର୍ସିଂ କରା ନ ଯାଉ। ଓଡ଼ିଆ ଅସ୍ମିତା ବିପଦରେ ଅଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି। ରାଜ୍ୟର ସବୁ ବଡ଼ ବଡ଼ କାମ ଅଣଓଡ଼ିଆ କଣ୍ଟ୍ରାକ୍ଟରଙ୍କୁ ଦିଆଯାଉଛି। ଛୋଟ ଛୋଟ କାମକୁ ମିଶାଇ ଟେଣ୍ଡର କରି କାମ ଦିଆଯାଉଛି। ଷ୍ଟେଜ୍‌ ଉପରକୁ ଓଡ଼ିଆ ନେତା ଚଢ଼ିପାରିବେନି, ଏହା କି ଅସ୍ମିତା? ରାଜ୍ୟରେ ‘ଲକ୍ଷ୍ମୀ’ ବସ୍‌ ସେବା ବାହାର ଲୋକ ବୁଝିବା କାରଣ କ’ଣ? ପ୍ରତି ବର୍ଷ ୩ ମାସ ଇକୋ ଟୁରିଜିମ୍‌ କଥା କିଏ ବୁଝୁଛି ବୋଲି ପଚାରିଛନ୍ତି ଅପରାଜିତା। ମୁଖ୍ୟମନ୍ତ୍ରୀ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବା ପ‌ଛରେ ସାନବାବୁଙ୍କୁ ବ୍ୟାକଡୋର୍ ଏଣ୍ଟ୍ରି ଲାଗି ପ୍ରୟାସ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ।

ସମ୍ବନ୍ଧିତ ଖବର