ଭାରତର ପ୍ରଥମ ଏୟାର ଷ୍ଟ୍ରାଇକର କାହାଣୀ ଦେଖାଇବେ ଅକ୍ଷୟ, ଘୋଷଣା କଲେ ଫିଲ୍ମର ନାମ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ‘ଓଏମଜି-୨’ ହେଉଛି ୨୦୨୩ବର୍ଷର ସୁପର-ଡୁପର ହିଟ୍ ଫିଲ୍ମ। ଏହି ଫିଲ୍ମ ସଫଳ ହେବା ପରେ ବର୍ତ୍ତମାନ ଖିଲାଡି କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମିଶନ ରାନୀଗଞ୍ଜ: ଦି ଗ୍ରେଟ୍ ଭାରତ ରେସ୍କ୍ୟୁ’ର ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତା ଅସଲ ଜୀବନର ହିରୋ ଜସୱନ୍ତ ଗିଲଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଅକ୍ଟୋବର ୬ରେ ରିଲିଜ୍ ହେବାକୁ ଥିବା ବେଳେ ଆଜି ଆଉ ଏକ ଫିଲ୍ମର ଘୋଷଣା କରିଛନ୍ତି ଅକ୍ଷୟ। ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ସେ ନିଜ ଆଗାମୀ ଫିଲ୍ମର ନାମ ଘୋଷଣା କରିଛନ୍ତି।

ଭିଡିଓରେ ଫିଲ୍ମର ନାମ ‘ସ୍କାଏ ଫୋର୍ସ’ ଥିବା ଦେଖିବାକୁ ମିଳିଛି। ଏହି ଫିଲ୍ମରେ ଦର୍ଶକ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକର କାହାଣୀ ଦେଖିବେ ବୋଲି ଜଣାପଡ଼ିଛି। ସେୟାର କରାଯାଇଥିବା ଭିଡିଓରେ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପ୍ରଭାବଶାଳୀ ଭାଷଣ ଶୁଣିବାକୁ ମିଳୁଛି। ଯେଉଁଥିରେ ସେ କହୁଛନ୍ତି ଯେ “ଯଦି କେହି ଖଣ୍ଡା ମୁନରେ ବା ପରମାଣୁ ବୋମାର ଭୟ ଦେଖାଇ ଆମ ଦେଶକୁ ନୁଆଁଇବାକୁ ଚାହେଁ, ତେବେ ଆମ ଦେଶ ନଇଁବ ନାହିଁ। ”

ସମ୍ବନ୍ଧିତ ଖବର