କିଆରା ଓ ସିଦ୍ଧାର୍ଥଙ୍କ ବିବାହ କରିବା ପରେ କେତେ ଦକ୍ଷିଣା ପାଇଛନ୍ତି ବୋଲି ପଚରା ଯାଇଥିବା ପ୍ରଶ୍ନର ଏଭଳି ଉତ୍ତର ଦେଲେ ପଣ୍ଡିତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାଣୀ ଓ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କଙ୍କ ବିବାହ ସୂର୍ଯ୍ୟଗଡ଼ ପ୍ୟାଲେସରେ ସମ୍ପର୍ଣ୍ଣ ହୋଇ ଯାଇଛି। ସାତ୍ ଫେରେ ନେଇ ସାତ ଜନ୍ମ ପାଇଁ ଜୀବନସାଥୀ ହେବା ପରେ କିଆରା ବୋହୂ ହୋଇ ସିଦ୍ଧାର୍ଥଙ୍କ ଏରୁଣ୍ଡିବନ୍ଧ ଡେଇଁଛନ୍ତି।

କିଆରା ଓ ସିଦ୍ଧାର୍ଥଙ୍କ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ବି ଖୁବ ଭାଇରାଲ ହେଉଛି। ଏହି ଫଟୋରେ ଦୁହେଁ ଖୁବ ଖୁସିଥିବା ଦେଖିବାକୁ ମିଳୁଛି।

ଅଭିନେତା ଓ ଅଭିନେତ୍ରୀଙ୍କ ବିବାହ ଧୁମଧାମରେ ହୋଇଥିବା ବେଳେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ କରାଇଥିବା ପଣ୍ଡିତ କେତେ ଦକ୍ଷିଣା ପାଇଛନ୍ତି ବୋଲି ଲୋକେ ପ୍ରଶ୍ନ କରିଥିଲେ। ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ କରାଇଥିବା ପଣ୍ଡିତ ଏହି ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ସିଦ୍ଧାର୍ଥ ଓ କିଆରାଙ୍କ ଯୋଡ଼ି ଖୁବ ସୁନ୍ଦର। ଏଦୁହେଁ ଧର୍ମ ଓ ଲୋକଙ୍କ ପ୍ରତି ଭଲ ବିଚାର ରଖନ୍ତି। ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ସନାତନ ଧର୍ମ ଅନୁସାରେ ହୋଇଥିବା ବେଳେ ରାଜସ୍ଥାନ ସଂସ୍କୃତି ତାଙ୍କ ବିବାହକୁ ସ୍ବତନ୍ତ୍ର କରିଥିଲା। ଦୁହେଁ ତାଙ୍କ ବୈବାହିକ ଜୀବନରେ ଖୁସିରେ ରୁହନ୍ତୁ, ମୋର ଦୁହିଁଙ୍କ ଉପରେ ଆର୍ଶୀବାଦ ରହିଛି।

ତେବେ ବିବାହ କରିବା ପରେ ମୋତେ କେତେ ଦକ୍ଷିଣା ମିଳିଲା  ସେ ପ୍ରଶ୍ନର ଯଦି ଉତ୍ତର ଦେବି, ତେବେ ଶୁଣନ୍ତୁ, ‘ଆପଣମାନେ ସର୍ବଦା ନିଜର ଜମି, ସମ୍ପତ୍ତି ଓ ଆୟକୁ ‌ଗୋପନ ରଖିବାକୁ ଚେଷ୍ଟା କରନ୍ତୁ। ଏସବୁ କେବେ ହେଲେ କାହା ସହିତ ସେୟାର କରନ୍ତୁ ନାହିଁ। ଏହା ଆପଣଙ୍କ ଭଲ ପାଇଁ ମୁଁ କହୁଛି। ତେଣୁ କେଉଁଠାରେ କେତେ ଦକ୍ଷିଣା ପାଏ ମୁଁ କେବେ କାହାରିକୁ କହି ନାହିଁ। ଏମିତି କି ନିଜ ପରିବାର ଲୋକ ବି ମୋ ଦକ୍ଷିଣା ବିଷୟରେ ଜାଣନ୍ତି ନାହିଁ।’

ସମ୍ବନ୍ଧିତ ଖବର