ସୋନମ୍‌ କପୁରଙ୍କ ସଙ୍ଗୀତର ପ୍ରସ୍ତୁତିକୁ ଅଧାରୁ ଛାଡ଼ିଲେ ଜାହ୍ନବୀ, ଜାଣନ୍ତୁ କାହିଁକି

ମୁମ୍ବାଇ:ତିନି ଦିନ ପରେ ବିବାହ କରିବାକୁ ଯାଉଛନ୍ତି ଅନିଲ କପୁରଙ୍କ ତନୟା ସୋନମ କପୁର । ବିବାହ ପାଇଁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ସୋନମଙ୍କ ସଙ୍ଗୀତର ପ୍ରସ୍ତୁତି ପାଇଁ ଜୁହୁସ୍ଥିତ ତାଙ୍କ ବଙ୍ଗଳାରେ ଅନେକ ବଲିଉଡ଼ କଳାକାର ପହଞ୍ଚିଥିଲେ । ବରୁଣ ଧାଓ୍ଵନ,କରଣ ଜୋହର,ଅନୁପମ ଖେର୍‌,ରଣବୀର ସିଂ ଏବଂ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ସଙ୍ଗୀତ୍‌ର ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳିଥିଲା । ଏମାନଙ୍କ ସହ ଜାହ୍ନବୀ ମଧ୍ୟ ସୋନମଙ୍କ ସଙ୍ଗୀତ୍‌ରେ ଶ୍ରଦେବୀଙ୍କ ଦୁଇଟି ଗୀତରେ ନାଚିବେ ବୋଲି ଆଗରୁ ଠିକ୍‌ କରାଯାଇ ସାରିଥିଲା । ସବୁ ସରିଥିବା ବେଳେ ଶେଷ ମୁହୂର୍ତ୍ତରେ ଜାହ୍ନବୀ ସୋନମଙ୍କ ସଙ୍ଗୀତ ପ୍ରସ୍ତୁତିରେ ସାମିଲ ହୋଇ ନ ଥିବା ବେଳେ ସଙ୍ଗୀତ୍‌ରେ ଏବେ ସେ ନାଚିବେ ନାହିଁ ବୋଲି ଜଣାପଡ଼ିଛି । ତେବେ ସବୁ ପ୍ରସ୍ତୁତି ପରେ ସେ ଏଭଳି ନିଷ୍ପତ୍ତିି କ’ଣ ପାଇଁ ନେଲେ ତାହା ଜଣା ପଡ଼ିନାହିଁ ।

Hindustan Times

ଅନ୍ୟପକ୍ଷରେ ବାକି କଳାକାରମାନଙ୍କୁ ସୋନମଙ୍କ ଘରେ ସଙ୍ଗୀତ ପାଇଁ ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳିଥିଲା । ଇନ୍‌ଷ୍ଟାରେ ଅପ୍‌ଲୋଡ ହୋଇଥିବା ଭିଡ଼ିଓରେ ସୋନମଙ୍କ ପରିବାର ଲୋକେ ‘ଟାଇଗର୍‌ ଜିନ୍ଦା ହୈ’ର ଗୀତ ‘ସ୍ୱାଗ୍‌ ସେ କରେଙ୍ଗେ ସବ୍‌କା ସ୍ୱାଗତ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଥିଲା । ଏଥିରୁ ରିସେପ୍‌ସନ ପାର୍ଟିଟି ଏହି ଗୀତରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ମେ ୮ରେ ଦିନ ସମୟରେ ସୋନମ ବିବାହ କରିବା ପରେ ରାତିରେ ରିସେପ୍‌ସନ ପାର୍ଟି ରଖାଯିବ । ଏଥିରେ ସବୁ ବଲିଉଡ଼ କଳାକାରଙ୍କୁ ଠୁମ୍‌କା ଲଗାଇଉଥିବାର ଦେଖୁବାକୁ ମିଳିବ ।

ସମ୍ବନ୍ଧିତ ଖବର