ଅନୁଷ୍କାଙ୍କ ଭଳି କଟ୍ରିନାଙ୍କର ମଧ୍ୟ ଲଣ୍ଡନରେ ହେବ ପ୍ରସବ, ଖୁବଶୀଘ୍ର ମା’ ହେବେ ଅଭିନେତ୍ରୀ !

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଭଳି କଟ୍ରିନାଙ୍କ କୈଫଙ୍କର ମଧ୍ୟ ଲଣ୍ଡନରେ ହେବ ପ୍ରସବ। ଖୁବଶୀଘ୍ର ମା’ ହେବେ ଅଭିନେତ୍ରୀ। କଟ୍ରିନାଙ୍କର ଏକ ଭିଡିଓ ଭାଇରାଲ ହେବା ପରେ ଏଭଳି ଚର୍ଚ୍ଚ‌ା ଆରମ୍ଭ ‌ହୋଇଛି। ଅଭିନେତା ତଥା ସ୍ବାମୀ ବିକି କୌଶଲଙ୍କ ସହ କଟ୍ରିନା ଲଣ୍ଡନ ଯାଇଥିବା ବେଳେ ଦୁହିଁଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଦୁହେଁ ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ କଟ୍ରିନା ପିନ୍ଧିଥିବା ପୋଷାକ ଦେଖି ସେ ଗର୍ଭବତୀ ଥିବା ନେଇ ଚର୍ଚ୍ଚା କରିଥିଲେ ଲୋକେ।

ଏହା ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, କଟ୍ରିନା ଗର୍ଭବତୀ ଅଛନ୍ତି ଏବଂ ଶୀଘ୍ର ତାଙ୍କର ପ୍ରସବ ହେବ। ଲଣ୍ଡନରେ ତାଙ୍କର ପ୍ରସବ ହେବ ବୋଲି ଦୁହେଁ ସେଠାକୁ ଯାଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ବହୁତ ଖୁସି ହେବା ସହ ଶୁଭେଚ୍ଛା ଦେବା ଆରମ୍ଭ କରିଥିଲେ। ହେଲେ କଟ୍ରିନାଙ୍କ ପିଆର ଟିମ୍ ଏବେ ଏହି ଖବରକୁ ଖାରଜ କରିଛନ୍ତି।

 

View this post on Instagram

 

A post shared by Instant Bollywood (@instantbollywood)

କଟ୍ରିନା ଗର୍ଭବତୀ ନାହାନ୍ତି ଏବଂ ଲଣ୍ଡନରେ ତାଙ୍କର ପ୍ରସବ ହେବ ନାହିଁ। ବିକିଙ୍କ ଜନ୍ମଦିନ ପାଳନ କରିବାକୁ ଦୁହେଁ ଲଣ୍ଡନରେ ଅଛନ୍ତି। ପ୍ରସବ ପାଇଁ ନୁହେଁ ବୋଲି ତାଙ୍କ ପିଆର ଟିମ୍ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର