ସାନଭାଇ ରଖିଲା ଅନୈତିକ ସମ୍ପର୍କ, ବଡଭାଇକୁ କାରରେ ପୋଡି ମାରିଦେଲେ ମହିଳାଙ୍କ ସ୍ୱାମୀ

ବିଶାଖାପାଟଣା: ସାନଭାଇର ଅନୈତିକ ସମ୍ପର୍କ ପାଇଁ ବଡଭାଇ ପାଇଲା ଶାସ୍ତି | ସାନଭାଇର ଅନୈତିକ ସମ୍ପର୍କ ପାଇଁ ବଡଭାଇକୁ ଜିଅନ୍ତା କାରରେ ପୋଡିଦେଲେ ମହିଳାଙ୍କ ସ୍ୱାମୀ ଓ ସମ୍ପର୍କୀୟ | ଆନ୍ଧ୍ରପ୍ରଦେଶର ତିରୁପତି ନିକଟରେ ଏଭଳି ଏକ ଅମାନବୀୟ ହତ୍ୟାକାଣ୍ଡ ଘଟିଛି | ଜଣେ ୩୫ ବର୍ଷୀୟ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ଜୀବନ୍ତ ପୋଡି ହତ୍ୟା କରାଯାଇଛି | ପୁଲିସର ସୂଚନା ମୁତାବକ ଚି଼ତୁର ଜିଲ୍ଲାର ବ୍ରାହ୍ମଣପାଲ୍ଲୀ ଗ୍ରାମରେ ନାଗରାଜୂ ନାମକ ବ୍ୟକ୍ତିଙ୍କୁ ତିନିଜଣ ପୋଡି ହତ୍ୟା କରିଛନ୍ତି | ଏହି ତିନିଜଣ ଅଭିଯୁକ୍ତ ହେଉଛନ୍ତି ରିପିଞ୍ଜୟା, ଚାଣକ୍ୟ ପ୍ରତାପ ଏବଂ ଗୋପୀନାଥ ରେଡ୍ଡୀ | ପୁଲିସ ଅଧିକାରୀ କହିଛନ୍ତି ଯେ ନାଗରାଜୁଙ୍କ ଭାଇ ପୁରୁଷୋତ୍ତମଙ୍କର ରିପିଞ୍ଜୟାଙ୍କ ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ଥିଲା | ଆଉ ଏହାକୁ ନେଇ ପୁରୁଷୋତ୍ତମଙ୍କୁ ଅନେକ ଥର ରିପିଞ୍ଜୟା ବୁଝାଇଥିଲେ |

ଏହି ବିବାଦର ସମାଧାନ ପାଇଁ ନାଗରାଜୁ, ଗୋପୀନାଥ ରେଡ୍ଡୀଙ୍କ ମାଧ୍ୟମରେ ମଧ୍ୟସ୍ଥତା କରୁଥିଲେ। ପୁଲିସର କହିବାନୁସାରେ, ନାଗରାଜୁଙ୍କ ସାନଭାଇ ପୁରୁଷୋତ୍ତମ ବେଙ୍ଗାଲୁରୁରେ ଚାକିରି ପାଇଥିଲେ। ସେ ମଧ୍ୟ ଜଣେ ସଫ୍ଟୱେୟାର ଇଞ୍ଜିନିୟର | ଶନିବାର ରାତିରେ ପୁରୁଷୋତ୍ତମ ବାଙ୍ଗାଲୋରରେ ଥିବାବେଳେ ରେଡ୍ଡୀ, ନାଗରାଜୁଙ୍କୁ କଥାବାର୍ତ୍ତା ପାଇଁ ଡାକିଥିଲେ। ତେବେ କଥାବାର୍ତ୍ତା ବେଳେ ନାଗରାଜୁଙ୍କ ସହ ଏହି ତିନିଜଣଙ୍କର ବିବାଦ ଉପୁଜିଥିଲା | ଆଉ ଏହାପରେ ଏହି ତିନିଜଣ ମିଶି ନାଗରାଜୁଙ୍କୁ ତାଙ୍କ କାରରେ ଜୀବନ୍ତ ଜାଳି ଦେଇଥିଲେ। ଅଭିଯୁକ୍ତମାନେ ଏହି କାଣ୍ଡ କରି ଫେରାର ହୋଇଯାଇଥିଲେ | ରବିବାର ସକାଳେ ସ୍ଥାନୀୟ ଲୋକଙ୍କ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରର ପଞ୍ଜୀକରଣ ନମ୍ବର ଆଧାରରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିଥିଲା। ଏହି ତିନି ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ପୁଲିସ ସେମାନଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର