ଗୁଜରାଟରେ ୭ ବିଜେପି ନେତା ନିଲମ୍ବିତ

ଗାନ୍ଧୀନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ଟିକଟ ନମିଳିବା‌ରୁ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ୭ ଜଣ ବିଜେପି ନେତାଙ୍କୁ ଦଳରୁ ଆଜି ନିଲମ୍ବିତ କରାଯାଇଛି। ଏମାନଙ୍କ ମଧ୍ୟରେ ଜଣେ ବିଧାୟକଙ୍କ ସମେତ ୪ ଜଣ ପୂର୍ବତନ ବିଧାୟକ ରହିଛନ୍ତି। ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ନେତାମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ହର୍ଷଦ ବାସବ, ଅରବିନ୍ଦ ଲାଡ଼ାନି, ଦିନେଶ ପଟେଲ, ଧବଳସିଂହ ଜାଲା, ୱାଘୋଡ଼ିଆରୁ ୬ ଥର ବିଧାୟକ ହୋଇଥିବା ମଧୁ ଶ୍ରୀବାସ୍ତବ ଏବଂ ଦଳର ନେତା ମାବଜୀ ଦେଶାଇ ରହିଛନ୍ତି। ଦଳର ଆଦିବାସୀ ଚେହେରା ତଥା ପୂର୍ବତନ ବିଜେପି ବିଧାୟକ ହର୍ଷଦ ବାସବ ‌ନ‌ାଣ୍ଡୋଡରୁ, ପୂର୍ବତନ ବିଧାୟକ ଅରବିନ୍ଦ ଲାଡ଼ାନି କେଶୋଡ଼ରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗୁଜରାଟରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୧ରେ ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୫ରେ ହେବ। ଡିସେମ୍ବର ୮ରେ ନିର୍ବାଚନ ଫଳ ଘୋଷଣା ହେବ। ଗୁଜରାଟ ‌ବିଧାନସଭାର ‌ମୋଟ ଆସନ ସଂଖ୍ୟା ୧୮୨।

ସମ୍ବନ୍ଧିତ ଖବର