ଦିଲ୍ଲୀ ଏମସିଡି : ୧୫ବର୍ଷ ପରେ ବିଜେପିର ଦୁର୍ଗ ଛଡ଼ାଇନେଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (ଏମସିଡି) ନିର୍ବାଚନରେ ଆମ ଆଦମୀ ପାର୍ଟି ଏକ ଐତିହାସିକ ବିଜୟ ଆଡ଼କୁ ଅଗ୍ରସର ହେଉଛି । ଏହା ସହିତ ଗତ ୧୫ ବର୍ଷ ଧରି ଏମସିଡିରେ ଚାଲିଥିବା ବିଜେପି ରାଜ୍ ଶେଷ ହୋଇଛି ।

ଏମସିଡିରେ ମୋଟ ୨୫୦ଟି ଆସନ ଥିବାବେଳେ ସଂଖ୍ୟାଗରିଷ୍ଠତା ପାଇଁ ୧୨୬ଟି ଆସନ ଦରକାର । ବର୍ତ୍ତମାନ ବି ଗଣତି ଚାଲିଥିବାବେଳେ ଆପ୍ ଏପର୍ଯ୍ୟନ୍ତ ୧୩୪ଟି ଆସନରେ ବିଜୟ ହାସଲ କରିସାରିଲାଣି । ଏଣୁ ଆପ୍ ଏମସିଡି ହାତେଇବା ସ୍ପଷ୍ଟ ହୋଇଯାଇଛି । ଦଳ ୨୦୧୭ ନିର୍ବାଚନ ତୁଳନାରେ ୯୦ଟି  ଅଧିକ ଆସନ ପାଇଛି ।

ଅନ୍ୟପକ୍ଷରେ ବିଜେପିକୁ ଏପର୍ଯ୍ୟନ୍ତ ୧୦୪ଟି ଆସନ ମିଳିଛି । ଅଧିକାଂଶ ଏକଜିଟ୍ ପୋଲରେ ବିଜେପିକୁ ହାରାହାରି ୬୦ଟି ଆସନ ଦିଆଯାଇଥିବାବେଳେ ତା ତୁଳନାରେ ବିଜେପିର ପ୍ରଦର୍ଶନ ଭଲ ରହିଛି । ୧୫ ବର୍ଷ ରହିବା ପରେ ବି ବିଜେପି ୧୦୦ରୁ ଅଧିକ ଆସନରେ ଜିତି ସରକାର ବିରୋଧୀ ହାଓ୍ବାକୁ ମାତ ଦେଇପାରିଛି । ମାତ୍ର ଗତଥର ତୁଳନାରେ ବିଜେପିକୁ ୬୪ଟି ଆସନ ହରାଇବାକୁ ପଡ଼ିଛି ।

ଏହି ନିର୍ବାଚନର ଆଉ ଏକ ବିଶେଷତା ହେଉଛି ଯେ କୌଣସି ନିର୍ବାଚନରେ ଆପ ବିଜେପିକୁ ପରାସ୍ତ କରିଛି । ଦିଲ୍ଲୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରି ଆପ ସରକାର ଗଢିଥିଲା ।

ଏହି ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନିମ୍ନମାନର ରହିଛି । ଦଳ ମାତ୍ର ୯ଟି ଆସନରେ ବିଜୟ ହାସଲ କରିଛି ।

 

ସମ୍ବନ୍ଧିତ ଖବର