ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ କରୋନା ଆକ୍ରାନ୍ତ

ମୁମ୍ବାଇ: କରୋନା ଭୂତାଣୁ ସଂସ୍ପର୍ଶରେ କେତେବେଳେ କିଏ ଆସିବ, ତାହା କହିବା ଅସମ୍ଭବ। ଲୋକେ ଘରେ ରହି ସତର୍କତା ଅବଲମ୍ବନ କରି ମଧ୍ୟ କରୋନା ଆକ୍ରାନ୍ତ ହେଉଥିବା ଦେଖାଯାଇଛି। କିଛି ଦିନ ପୂର୍ବରୁ ବଲିଉଡର ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ କରୋନା ଆକ୍ରାନ୍ତ ହେବାର ଖବର ମିଳିଥିଲା। ବଚ୍ଚନ ପରିବାରର ୪ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଅମିତାଭ ବଚ୍ଚନଙ୍କ ପରେ ବରିଷ୍ଠ ଅଭିନେତା ଦିଲୀପ କୁମାରଙ୍କ ଦୁଇ ଜଣ ସାନ ଭାଇ ଏହସାନ ଖାନ ଏବଂ ଅସଲମ ଖାନ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ମୁମ୍ବାଇର ଲିଲାବତୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Dilip Kumar's brothers Ehsan and Aslam Khan tested positive for ...
Business Upturn

ମିଳିଥିବା ସୂଚନା ମୁତାବକ, ଏହସାନ ଏବଂ ଅସଲମଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ଦିଲୀପ କୁମାରଙ୍କ ପତ୍ନୀ ତଥା ଅଭିନେତ୍ରୀ ସାଇରା ବାନୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହସାନ ଖାନଙ୍କୁ ୯୦ ବର୍ଷ ହୋଇଥିବାବେଳେ ଅସଲମ ଖାନ ତାଙ୍କଠାରୁ କିଛି ବର୍ଷ ସାନ। ଚିକିତ୍ସା କରୁଥିବା ଡାକ୍ତର ଜଲିଲ ପାର୍କର ସୂଚନା ଦେଇ କହିଛନ୍ତି ଯେ, ଦୁଇ ଭାଇଙ୍କର ରକ୍ତଚାପ ସମସ୍ୟା ରହିଛି ଏବଂ ଜଣେ ପାର୍କିସନ ସିଣ୍ଡ୍ରୋମରେ ପୀଡିତ | ଉଭୟଙ୍କୁ ଅଣ-ଆକ୍ରମଣକାରୀ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି | ତେବେ ଅଭିନେତା ଦିଲୀପ କୁମାର ଅଲଗା ରହୁଥିବାରୁ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର