ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ବାଇକରୁ ଛିଟିକି ପଡ଼ିବା ପରେ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଗ୍ରେଟର ନୋଏଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

ଏହି ଫୁଟେଜରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ବାଇକ ଚଲାଇ ଆସୁଥିବା ବେଳେ ଏକ ମଇଁଷି ସହିତ ରାସ୍ତାରେ ଧକ୍କ‌ା  ହୋଇଯାଉଛନ୍ତି। ଫଳରେ ସେ ରାସ୍ତାକୁ ଛିଟିକି ପଡ଼ୁଛନ୍ତି।  ଏହି ସମୟରେ ପଛରୁ ଆସୁଥିବା ଏକ ଦ୍ରୁତଗତିରେ ଟ୍ରକ ଉକ୍ତ ବାଇକ ଚାଳକଙ୍କ ମୁଣ୍ଡ ଉପରେ ଚଢ଼ି ଚାଲି ଯାଉଛି। ଏହି ଦୁର୍ଘଟଣ‌ାରେ ଆଖିପିଛୁଳାକେ ବାଇକ ଚାଳକଙ୍କ ପ୍ରାଣବାୟୁ ଉଡ଼ିଯାଉଛି। ରାସ୍ତାରେ ଯୁବକଙ୍କ ଏଭଳି ମୃତ୍ୟୁକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ସ୍ତବ୍ଧ ହୋଇଯାଉଛନ୍ତି।

 

ଏହାପରେ ସ୍ଥାନୀୟଲୋକେ ଏନେଇ ପୁଲିସକୁ ଖବର ‌ଦେଇଥ‌ିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ‌ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଏଥିସହିତ ମୃତକଙ୍କ ପରିଚୟ ଓ ଠିକଣା ଜାଣିବା ପରେ ପୁଲିସ ତାଙ୍କ ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଖବର ଦେଇଥିଲା। ମୃତକଙ୍କ ବ୍ୟବଚ୍ଛେଦ ପ‌ରେ ପରିବାରଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର