ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ: ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ପାସ୍, ଏଠାରେ ଦେଖନ୍ତୁ ଫରୀକ୍ଷାଫଳ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ସୋମବାର ପ୍ରକାଶ ପାଇଛି । ସିବିଏସଇ ବୋର୍ଡ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ବୋର୍ଡର ଅଫିସିଆଲ୍ ୱେବସାଇଟ୍, cbseresults.nic.in କିମ୍ବା cbse.gov.in ରେ ଫଳାଫଳ ଯାଞ୍ଚ କରିପାରିବେ ।

ଚଳିତ ବର୍ଷ ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ପାସ କରିଛନ୍ତି। ୧୨ ପ୍ରତିଶତରୁ ଅଧିକ ପିଲା କୃତକାର୍ଯ୍ୟ ହୋଇ ପାରି ନାହାନ୍ତି। ଗତ ଥର କେବଳ ୮୭.୩୩ ପ୍ରତିଶତ ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ପାସ୍ କରିଥିଲେ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଫଳାଫଳ ୦.୬୫ ପ୍ରତିଶତ ଭଲ ହୋଇଛି।

ସିବିଏସଇ ଦ୍ୱାଦଶ ଫଳାଫଳରେ କେରଳ ଆଗରେ ରହିଛି ` କେରଳର ତ୍ରିଭେନ୍ଦ୍ର୍ରମରେ ୯୯.୯୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ପାସ୍ ତାଲିକାରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ଏହାର ପାସ୍ ହାର ୯୯.୦୪ ପ୍ରତିଶତ ଅଛି। ସେହିପରି ଚେନ୍ନାଇ ତୃତୀୟ ସ୍ଥାନରେ ଥିବାବେଳେ ଏହାର ପାସ୍ ହାର ୯୮.୪୭ ପ୍ରତିଶତ,, ବେଙ୍ଗାଲୁରୁର ୯୬.୯୫ ପ୍ରତିଶତ ଏବଂ ପଶ୍ଚିମ ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪ ପ୍ରତିଶତ ରହିଛି। ଫଳାଫଳରୁ ଏହା ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀ ଏବଂ ଦକ୍ଷିଣ ଭାରତ ଫଳାଫଳରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି।

ସମ୍ବନ୍ଧିତ ଖବର