ମୋଦୀ ଓ ଶାହାଙ୍କୁ ଭେଟିବା ପରେ ଗୋବିନ୍ଦାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବଲିଉଡର ହିରୋ ନମ୍ବର ୱାନ ଥିବା ଗୋବିନ୍ଦା କିଛିଦିନ ହେବ ରାଜନୀତିରେ ଯୋଡ଼ି ହୋଇଛନ୍ତି। ଶିବସେନାରେ ସାମିଲ ହେବାପରେ ଅଭିନେତା ଜଣକ ପରେ ଜଣେ ରାଜନେତାଙ୍କୁ ଭୋଟୁଛନ୍ତି।

ସମ୍ପ୍ରତି ଗୋବିନ୍ଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କ ସହିତ ହାତ ମିଳାଇଥିଲେ। ଏହି ମୁହୂର୍ତ୍ତର ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥି‌ରେ ‌ଗୋବିନ୍ଦା ଧଳା ରଙ୍ଗର ପୋଷାକ ପିନ୍ଧିଥିବ‌ା ବେଳେ କାନ୍ଧରେ କମଳା ରଙ୍ଗର କାମୁଛା ପକାଇ ମୋଦୀଙ୍କ ସହ ହାତ ମିଳାଇବା ପରେ ଖୁବ ଖୁସି ହୋଇଯାଇଥିବା ନଜରକୁ ଆସୁଛନ୍ତି। ମୋଦୀଙ୍କୁ ଭେଟିବା ପରେ ଗୋବିନ୍ଦା ରାଜନୀତି ବିଷୟରେ ପ୍ରଧାନମନ୍ତ୍ରୀଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ଫେରି ଆସିଥିଲେ।

ମୋଦୀଙ୍କୁ ଭେଟିବା ପରେ ପ୍ରଶଂସା କରି ଗୋବିନ୍ଦା କହିଛନ୍ତି, ‘ଗତ ୨ବର୍ଷ ମଧ୍ୟରେ ମହାରାଷ୍ଟ୍ର ଓ ଗତ ୧୦ବର୍ଷରେ ଦେଶରେ ଯେଉଁସବୁ ପରିବର୍ତ୍ତନ ହୋଇଛି ତାହା ପୂର୍ବରୁ କେବେ ହୋଇନାହିଁ।’

ଗୋବିନ୍ଦା ମୋଦୀଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭଟେ କିଛି ସମୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଶିବସେନାରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବା ସୌଭାଗ୍ୟ ବୋଲି ଗୋବିନ୍ଦା କହିଛନ୍ତି।

କଂଗ୍ରେସ ସାଂସଦ ରହିଥିବା ଗୋବିନ୍ଦା ଚଳିତ ମାର୍ଚ୍ଚ ୨୮ ତାରିଖରେ ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ‌ହୋଇଥିଲେ। ଶିବସେନାର ସଦସ୍ୟ ହେବାପ‌ରେ ଗୋବିନ୍ଦା ଏକନାଥ ସିନ୍ଦେଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର