ଜେଲରୁ ବାହାରିବା ପରେ କହିଲେ କେଜ୍ରିଓ୍ବାଲ : ଶନିବାର କରିବି ହନୁମାନ ଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରୁ ମୁକ୍ତ ହୋଇଛନ୍ତି। ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ନିମ୍ନ ଅଦାଲତରୁ ତାଙ୍କ ଅନ୍ତରୀଣ ଜାମିନ କାଗଜପତ୍ର ପ୍ରସ୍ତୁତ କରାଯାଇ ତିହାର ଜେଲରେ ପହଞ୍ଚିଥିଲା। ଯାହା ପରେ ସନ୍ଧ୍ୟା ପ୍ରାୟ ୭ଟାରେ ମୁଖ୍ୟମନ୍ତ୍ରୀ ତିହାର ଜେଲରୁ ମୁକୁଳିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ନେବା ପାଇଁ ତିହାର ଜେଲ ବାହରେ ଉପସ୍ଥିତ ଥିଲେ। ଏହା ସହିତ ବହୁ ସଂଖ୍ୟାରେ ଆମ୍ ଆଦମୀ ପାର୍ଟି କର୍ମୀ ଜେଲ୍ ବାହାରେ ଏକାଠି ହୋଇଥିଲେ। ତିହାର ଜେଲ୍ ବାହାରେ ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ, ବିଧାୟକ, ସାଂସଦ, କାଉନସିଲରଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଆଶୀର୍ବାଦ ନେବା ପାଇଁ ଆସନ୍ତା କାଲି (ଶନିବାର) ହନୁମାନ ମନ୍ଦିର ଯିବି, ହନୁମାନଜୀଙ୍କୁ ଦର୍ଶନ କରିବି ଏବଂ ଅପରାହ୍ନ ୧ଟାରେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିବି। ଅଧିକରୁ ଅଧିକ ଲୋକ ହନୁମାନ ମନ୍ଦିରକୁ ଆସିବାକୁ ସେ ନିବେଦନ କରିଛନ୍ତି ।

ଅରବିନ୍ଦ କେଜ୍ରିଓ୍ଵାଲ କହିଛନ୍ତି, ମୁଁ ମନପ୍ରାଣ ଦେଇ ଏକଛତ୍ରବାଦ ବିରୋଧରେ ଲଢ଼େଇ କରୁଛି, କିନ୍ତୁ ୧୪୦ କୋଟି ଲୋକଙ୍କୁ ଏକଛତ୍ରବାଦ ବିରୋଧରେ ଲଢ଼ିବାକୁ ପଡ଼ିବ। ଆଜି ଆପଣଙ୍କ ମଧ୍ୟରେ ରହି ବହୁତ ଭଲ ଲାଗୁଛି ।

 

ସମ୍ବନ୍ଧିତ ଖବର