ଆଙ୍ଗୁଠି ସର୍ଜରୀ ପାଇଁ ଯାଇଥିବା ବେଳେ ଭୁଲରେ ଏହି ଅଙ୍ଗର ସର୍ଜରୀ କରିଦେଲେ ଡାକ୍ତର

ଥିରୁବନନ୍ତପୁରମ: ଆଙ୍ଗୁଠି ସର୍ଜରୀ ପାଇଁ ଯାଇଥିବା ବେଳେ ଭୁଲ ଅଙ୍ଗର ସର୍ଜରୀ କରିଦେଲେ ଡାକ୍ତର। କେରଳରେ ଜଣେ ୪ବର୍ଷର ଝିଅ ସହିତ ଘଟିଛି ଏଭଳି ଘଟଣା। କୋଝିକୋଡେ ମେଡିକାଲ କଲେଜ୍ ହସ୍ପିଟାଲରେ ଏଭଳି ଅବହେଳାର ଶିକାର ହେବା ପରେ ପରିବାର ଏବେ ନ୍ୟାୟ ଦାବି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଜନ୍ମରୁ ୬ଟି ଆଙ୍ଗଠି ଥିବାରୁ ଏହାର ଅପରେସନ କରିବାକୁ କହିଥିଲେ ଡାକ୍ତର। ଏହି କାରଣରୁ ପରିବାର ୪ବର୍ଷର ପୀଡ଼ିତାଙ୍କୁ କୋଝିକୋଡେ ମେଡିକାଲ କଲେଜ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପୀଡ଼ିତାଙ୍କ ବାପା କହିଛନ୍ତି ଯେ, “ଆମକୁ କୁହାଯାଇଥିଲା ଯେ, ଝିଅର ୬ଟି ଆଙ୍ଗୁଠି ରହିବା କିଛି ବଡ଼ ସମସ୍ୟା ଦୁହେଁ। ଏହାକୁ ଏକ ଛୋଟ ଅସ୍ତ୍ରୋପଚାର ମାଧ୍ୟମରେ ହଟାଯାଇପାରିବ। ତେଣୁ ଆମେ ରାଜି ହେଲୁ। ଅସ୍ତ୍ରୋପଚାର ପରେ ଯେତେବେଳେ ଆମ ଝିଅ ବାହାରକୁ ଆସିଲା ସେତେବେଳେ ତା’ ପାଟିରେ ବ୍ୟାଣ୍ଡେଜ୍ ଲାଗିଥିବା ଆମେ ଦେଖିଲୁ। ହାତ ଦେଖିବା ବେଳକୁ ୬ଟି ଆଙ୍ଗୁଠି ପୂର୍ବଭଳି ଥିଲା। ଏବିଷୟରେ ପଚାରିବାରୁ ନର୍ସ ହସିଦେଇ ଚାଲିଯାଇଥିଲେ। କିଛି ସମୟ ପରେ ଡାକ୍ତର ଆସି କ୍ଷମା ମାଗିବା ସହ ଭୁଲରେ ଆଙ୍ଗୁଠି ସ୍ଥାନରେ ଜିଭର ଅସ୍ତ୍ରୋପଚାର କରାଯାଇଥିବା କହିଥିଲେ। ଏନେଇ ଅଭିଯୋଗ କରିବା ପରେ ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।”

ସମ୍ବନ୍ଧିତ ଖବର