୨୦୧୯ କୁମ୍ଭମେଳାରେ ଯୋଗ ଦେଇ ପାରିବେ ନାହିଁ ଦୁଷ୍କର୍ମ ଅଭିଯୁକ୍ତ ଧର୍ମଗୁରୁ ନିତ୍ୟାନନ୍ଦ ଓ ସତ୍ୟମ୍‌: ରୋକ୍‌ ଲଗାଇଲା ପ୍ରଶାସନ

ପ୍ରୟାଗରାଜ (ଉତ୍ତରପ୍ରଦେଶ): ଚଳିତ ୨୦୧୯ର ପ୍ରସିଦ୍ଧ କୁମ୍ଭମେଳାରେ ଅଂଶଗ୍ରହଣ ପାଇଁ ଦୁଷ୍କର୍ମ ଅଭିଯୁକ୍ତ ତଥା ବିବାଦୀୟ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦ ଓ ଯୋଗୀ ସତ୍ୟମ୍‌ଙ୍କୁ ଅନୁମତି ମିଳିବ ନାହିଁ। ୨୦୧୯ର ପ୍ରସିଦ୍ଧ କୁମ୍ଭମେଳାରେ ନିଜ ନିଜର ଭକ୍ତଙ୍କ ଗହଣରେ ପ୍ରୟାଗରାଜରେ ଅସ୍ଥାୟୀ ତମ୍ବୁ ପକାଇବା ପାଇଁ ଦୁଷ୍କର୍ମ ଅଭିଯୁକ୍ତ ତଥା ବିବାଦୀୟ ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦ ଓ ଯୋଗୀ ସତ୍ୟମ୍‌ଙ୍କ ପ୍ରୟାଗରାଜ ଜିଲ୍ଲା ପ୍ରଶାସନକୁ ଅନୁମତି ମାଗିଥିଲେ। ତେବେ ପୁଲିସ୍‌ ପ୍ରଶାସନ ସହ ବ୍ୟାପକ ବିଚାର ଆଲୋଚନା କରିବା ପରେ ୨୦୧୯ କୁମ୍ଭମେଳାରେ ଅଂଶଗ୍ରହଣ ପାଇଁ ଏହି ଦୁଇ ବିବାଦୀୟ ଧର୍ମଗ୍ରହଣ କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ସିଧାସଳଖ ଜଣାଇ ଦେଇଛି ପ୍ରୟାଗରାଜ ଜିଲ୍ଲା ପ୍ରଶାସନ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହି ଧର୍ମଗୁରୁ ସ୍ୱାମୀ ନିତ୍ୟାନନ୍ଦ ଓ ଯୋଗୀ ସତ୍ୟମ୍‌ ବିରୋଧରେ ଆଗତ ଦୁଷ୍କର୍ମ ଅଭିଯୋଗ ବର୍ତ୍ତମାନ ପୁଲିସ୍‌ର ତଦନ୍ତାଧୀନ ରହିଥିବା ବେଳେ ଉଭୟ ସ୍ୱାମୀ ନିତ୍ୟାନନ୍ଦ ଓ ଯୋଗୀ ସତ୍ୟମ୍‌ ସଂପ୍ରତି ସେମାନଙ୍କର ବିଭିନ୍ନ ପ୍ରକାରର ଅସଙ୍ଗତ କାର୍ଯ୍ୟକଳାପ ଓ ବକ୍ତବ୍ୟ ପାଇଁ ବିବାଦୀୟ ହୋଇ ରହିଛନ୍ତି। ଏପରିସ୍ଥିତିରେ ଏ ଦୁଇ ବିବାଦୀୟ ଧର୍ମଗୁରୁଙ୍କୁ ୨୦୧୯ କୁମ୍ଭମେଳାରେ ଅଂଶଗ୍ରହଣ ପାଇଁ ଅନୁମତି ପ୍ରଦାନ କଲେ କାଳେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ, ସେଇ ଆଶଙ୍କାରେ ଏମାନଙ୍କୁ ଅନୁମତି ପ୍ରଦାନ କରିନାହିଁ ପ୍ରୟାଗରାଜ ପ୍ରଶାସନ।

ସମ୍ବନ୍ଧିତ ଖବର