ଓଡ଼ିଶା ହାଇକୋର୍ଟରେ ଓକିଲ ଆନ୍ଦୋଳନ ପ୍ରସଙ୍ଗ : ସୁପ୍ରିମକୋର୍ଟଙ୍କ ହସ୍ତ‌କ୍ଷେପ ଲୋଡ଼ିଲେ ସାମାଜିକ କର୍ମୀ

ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟରେ ଆଇନଜୀବୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଉପୁଜିଥିବା ସ୍ଥିତି ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ସାମାଜିକ କର୍ମୀ ପ୍ରଦୀପ ବିଶ୍ବାଳ। ଏହି ପ୍ରସଙ୍ଗ ନେଇ ପ୍ରଦୀପ ବିଶ୍ବାଳ ନିକଟରେ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଛନ୍ତି। ଜନସ୍ବାର୍ଥ ମାମଲାର ତ୍ବରିତ ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ଓକିଲ ୟାସ୍ ଆନନ୍ଦ ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଦୀର୍ଘଦିନ ଧରି ଓଡ଼ିଶା ହାଇ‌େକାର୍ଟରେ ଆଇନଜୀବୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଲୋକଙ୍କ ଆଇନଗତ ଅଧିକାର କ୍ଷୁଣ୍ଣ ହେଉଛି, ଅନେକ ମାମଲାଗୁଡ଼ିକ ବିଚାରାଧୀନ ଅବସ୍ଥାରେ ରହିଛି, ଜେଲ୍‌ମାନଙ୍କରେ ଅପରାଧୀମାନଙ୍କ ସଂଖ୍ୟା ବଢ଼ିଛି ଏବଂ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଏହି ମାମଲାର ତ୍ବରିତ ଶୁଣାଣି କରାଯାଉ ବୋଲି ସେ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଖଣ୍ଡପୀଠ କହିଥିଲେ ‌େଯ ଏହି ମାମଲା ଯେତେବେଳେ ତାଲିକାଭୁକ୍ତ ହେ‌ବ ସେହି ସମୟରେ ହିଁ ମାମଲାର ଶୁଣାଣି ହେବ। ଓକିଲ ୟାସ୍ ଆନନ୍ଦ ଆଜି ମାମଲାର ଶୁଣାଣି ଶୀଘ୍ର କରିବାପାଇଁ ନିବେଦନ ସହ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର