ଚୀନ ସହାୟତାରେ ଗୁଜୁରାଟ, ରାଜସ୍ଥାନ ସୀମାନ୍ତରେ ବଙ୍କର ନିର୍ମାଣ କରିବ ପାକିସ୍ତାନ

ପେଶଓ୍ଵାର: ରାଜସ୍ଥାନ ଏବଂ ଗୁଜୁରାଟ ସୀମାନ୍ତରେ ପାକିସ୍ତାନକୁ ବଙ୍କର ନିର୍ମାଣ ପାଇଁ ଚୀନ ସହାୟତା କରୁଛି। ଚୀନ ସହାୟତାରେ ପାକିସ୍ତାନ ୩୫୦ରୁ ଊର୍ଧ୍ୱ ବଙ୍କର  ତିଅାରି  କରିଥିବା ଜାଣିବାକୁ ମିଳିଛି। ଏହି ବଙ୍କର ନିର୍ମାଣ ପାଇଁ ଏକ ଅନ୍ୟ ଧରଣର ପଥର ବ୍ୟବହୃତ ହୋଇଥିବାରୁ ଏହାକୁ ଚିହ୍ନିବା ସାମାନ୍ୟ କଷ୍ଟକର ହୋଇପଡୁଛି। ଗୁଇନ୍ଦା ରିପୋର୍ଟ ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ସଂପୃକ୍ତ ଅଞ୍ଚଳରେ ୩ ଥର ବୁଲି ଯାଇ ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି।

ଚୀନ ଏବଂ ପାକିସ୍ତାନ ପରସ୍ପରକୁ ନିଜ ବନ୍ଧୁ ବୋଲି ଅନେକ ଥର ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ରାଜନୈତିକ, ଆର୍ଥିକ ଏବଂ ସାମରିକ ସମ୍ବନ୍ଧ ରହିଛି। ଏପରିକି ଅନେକ ଚୀନ ଯବାନ ଭାରତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ପାକିସ୍ତାନକୁ ସମର୍ଥନ କରିବା ପାଇଁ ସଜାଗ ରହିଛନ୍ତି। ଚଳିତବର୍ଷ ଭୁଟାନ, ଚୀନ ଏବଂ ତିବତ୍ତ ମଧ୍ୟରେ ଥ୍ରି-େଓ୍ଵଏ ଜଙ୍କ୍‌ସନ୍‌ ବିବାଦ ଉପୁଜିବା ପରେ ଭାରତ-ଚୀନ ମଧ୍ୟରେ ଏକ ପ୍ରକାରର ଶତ୍ରୁତା ପରିଲିକ୍ଷିତ ହେବା ପରେ ଚୀନ ପାକିସ୍ତାନକୁ ସହାୟତାର ହାତ ବଢ଼ାଇଛି।

ସମ୍ବନ୍ଧିତ ଖବର