କଏଦୀ ଜେଲରେ ଲେଖିଲେ ଏମିତି କବିତା, ଯାହା ତାଙ୍କୁ ଫାଶୀ ଦଣ୍ଡାଦେଶରୁ ବଞ୍ଚାଇ ଦେଇଥିଲା !

ନୂଆଦିଲ୍ଲୀ: କଥାରେ ଅଛି ପୁସ୍ତକ ମଣିଷର ଜୀବନକୁ ବଦଳାଇ ଦେଇଥାଏ। କବିତା ଓ କାହାଣୀ ପଢ଼ିଲେ ମଣିଷ ଉପରେ ଏହାର ସୁପ୍ରଭାବ ପଡ଼ିଥାଏ। ଏମିତି ଏକ ମାମଲା ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ସାମ୍ନାକୁ ଆସିଛି। ତିନିଜଣିଆ ବିଚାରପତିଙ୍କ ଖଣ୍ଡପୀଠରେ ଏକ ଶିଶୁକୁ ଅପହରଣ ଓ ହତ୍ୟା କରିଥିବା ଦୋଷୀର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇ ଦେଇଛନ୍ତି । ହତ୍ୟାକାରୀର କବିତା ଲେଖିବା ପାଇଁ ଏହା ସମ୍ଭବ ହୋଇପାରିଛି।

ପ୍ରକାଶିତ ଖବର ଅନୁସାରେ, ଧ୍ୟାନେଶ୍ୱର ସୁରେଶ ଓ୍ଵାର୍କର ନାମକ ଏହି ହତ୍ୟାକାରୀ ୨୨ବର୍ଷ ବୟସରେ ଏକ ଶିଶୁକୁ ଅପହରଣ କରି ତାର ହତ୍ୟା କରି ଦେଇଥିଲା। ଏହାପରେ ଟ୍ରାଏଲ କୋର୍ଟ ତାକୁ ଫାଶୀ ଦଣ୍ଡାଦେଶ କରିଥିଲେ।  ହାଇକୋର୍ଟ ଟ୍ରାଏଲ କୋର୍ଟକୁ ଏହି ନିଷ୍ପତ୍ତିକୁ ସମର୍ଥନ ବି କରିଥିଲେ। ଏହାପରେ ଧ୍ୟାନେଶ୍ୱର ସୁପ୍ରିମ କୋର୍ଟରେ ମୃତ୍ୟୁଦଣ୍ଡାଦେଶ ବିରୋଧ କରି ଏକ ଆବେଦନ ପତ୍ର ଦାଖଲ କରିଥିଲା।

୧୮ବର୍ଷ ହେବ ଧ୍ୟାନେଶ୍ୱର ଜେଲରେ ରହି ଆସୁଥିଲା। ଏହି ସମୟରେ ସେ ଜେଲରେ କିଛିକିଛି କବିତା ଲେଖୁଥିଲା। ଏମିତିରେ ସୁପ୍ରିମକୋର୍ଟ ଆବେଦନ ଉପରେ ଶୁଣାଣି କରୁଥିବା ସମୟରେ ଧ୍ୟାନେଶ୍ୱର ଓକିଲ ଆନନ୍ଦ ଗ୍ରୋଭର  ତିନିଜଣ ବିଚାରପତିଙ୍କୁ ଅପରାଧୀ .ଲେଖିଥିବା କବିତା ପୁସ୍ତକ ଦେଇଥିଲେ । ଏଥିସହ କହିଥିଲେ, ୧୮ବର୍ଷ ହେବ ଜେଲରେ ରହି ଆସୁଥିବା ଧ୍ୟାନେଶ୍ୱର ନିଜ ଭୁଲ ବୁଝି ସାରିଛି, ସେ ଏବେ ସାମାଜିକ ବ୍ୟକ୍ତି ବନି ଯାଇଛି। ଧ୍ୟାନେଶ୍ୱର ନିଜର ଗ୍ରାଜୁଏସନ୍‌ ପୂରା କରି ନେଇଛି। ଏହି ସମୟରେ ଗାନ୍ଧିବାଦୀ ବିଚାରର ଟ୍ରେନିଂ ନେଉଛି। ତେବେ ତାର କବିତାକୁ ଦେଖି ଲାଗୁଛି ସେ ଯୁବା ବୟସରେ ଯେଉଁ ଭୁଲ କରିଥିବା ତାହାର ଦଣ୍ଡ ସେ ପାଇ ସାରିଛି। ନିଜକୁ ଧ୍ୟାନେଶ୍ୱର ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଜେଲ ପରିସରରେ ତାର ବ୍ୟବହାର ମଧ୍ୟ ଭଲ ରହିଛି।

ଏସବୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଧ୍ୟାନେଶ୍ୱରର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡକୁ ବଦଳା ଯାଇଥିଲା।

ସମ୍ବନ୍ଧିତ ଖବର