ପିଓସିଏସ୍‌ଓ: ମୃତ୍ୟୁ ଦଣ୍ଡାଦେଶ ଅଧ୍ୟାଦେଶରେ ଦସ୍ତଖତ କଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୧୨ ବର୍ଷ ବୟସରୁ କମ୍‌ ବର୍ଷୀୟ ଝିଅଙ୍କ ସହ ଦୁଷ୍କର୍ମ କରି ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ପାଇଁ ମୃତ୍ୟୁଦଣ୍ଡ ସମତେ ଅନ୍ୟାନ୍ୟ କଠୋର ଦଣ୍ଡବିଧାନ ପାଇଁ ଆଗତ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି।

ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ ଏହି ଅଧ୍ୟାଦେଶକୁ ଅନୁମୋଦନ କରି ଅଦାଲତକୁ ଏ ଭଳି ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବାକୁ ଅନୁମତି ଦେଇଥିଲେ।

ଏ ଭଳି ମାମଲାର ବିଚାର ପାଇଁ ନୂତନ ଫାଷ୍ଟ୍‍-ଟ୍ରାକ୍‌ କୋର୍ଟ ଗଠନ କରାଯିବା ସହ ଦୁଷ୍କର୍ମ ମାମଲା ପାଇଁ ସବୁ ଥାନା ଓ ଡାକ୍ତରଖାନାକୁ ଦୀର୍ଘ ମିଆଦି ସୂତ୍ରରେ ସ୍ୱତନ୍ତ୍ର ଫରେନ୍‌ସିକ୍‌ କିଟ୍‌ ଦିଆଯିବ।

ଅଧ୍ୟାଦେଶ ବଳରେ ୧୬ ଏବଂ ୧୨ରୁ କମ୍‌ ବର୍ଷୀୟ ବାଳିକାମାନଙ୍କ ସହ ଦୁଷ୍କର୍ମ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦିଆଯିବ। ବାଳିକା ୧୨ ବର୍ଷରୁ କମ୍‌ ହୋଇଥିଲେ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଇ ପାରେ।

ମହିଳାମାନଙ୍କ ସହ ଦୁଷ୍କର୍ମ କଲେ ସର୍ବନିମ୍ନ ୫ ବର୍ଷ ଜେଲ୍‌ ଦଣ୍ଡ ପରିବର୍ତ୍ତେ ୧୦ ବର୍ଷ ଜେଲ୍‌ ଦିଆଯିବ। ତାହା କ୍ଷେତ୍ର ବିଶେଷରେ ଯାବଜ୍ଜୀବନକୁ ବଢ଼ାଇ ଦିଆଯାଇ ପାରେ।

୧୬ ବର୍ଷରୁ କମ୍‌ ବୟସ୍କା ବାଳିକାଙ୍କ ସହ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କ ପାଇଁ ଜେଲ୍‌ ଦଣ୍ଡାଦେଶ ୧୦ ବର୍ଷ ପରିବର୍ତ୍ତେ ୨୦ ବର୍ଷକୁ ବୃଦ୍ଧି କରାଯାଇଛି। ୧୨ ବର୍ଷ କ୍ଷେତ୍ରରେ ମଧ୍ୟ ଏ ଭଳି ଜେଲ୍‌ ଦଣ୍ଡାଦେଶ ସହ ଫାଶୀ ଦଣ୍ଡାଦେଶ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର