ମହିଳାଙ୍କୁ ଅସଦାଚରଣ କରିଥିବା ନର୍ସିଂ ଅଧିକାରୀଙ୍କୁ ଧରିବା ପାଇଁ ହସ୍ପିଟାଲ ଭିତରେ ଗାଡ଼ି ପୁରାଇ ଦେଲା ପୁଲିସ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ଋଷିକେଶସ୍ଥିତ ଏମ୍ସରୁଏକ ଭିଡିଓ ସାମ୍ନାକୁ ଆସିଛି।  ଯେଉଁଥିରେ ପୁଲିସ ଗାଡ଼ି ଜରୁରୀକାଳୀନ ବିଭାଗରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ସୁରକ୍ଷାକର୍ମୀମାନେ ଶଯ୍ୟାରେ ପଡ଼ିଥିବା ରୋଗୀଙ୍କୁ ମନଇଚ୍ଛା ଟାଣି ପକାଉଥିବା ନଜରକୁ ଆସିଛି।

ଘଟଣାଟି ହେଉଛି ଏପରି। ଗତ ମଇ ୧୯ ତାରିଖରେ ତ୍ତରାଖଣ୍ଡ ଋଷିକେଶସ୍ଥିତ ଏମ୍ସରେ ଅପରେନ ଥିଏଟରରେ ରୋଗୀଙ୍କ ଅସ୍ତ୍ରୋପଚାର ଚାଲିଥିଲା। ଏହି ସମୟରେ ନର୍ସିଂ ଅଫିସର ସତୀଶ କୁମାର ଜଣେ ମହିଳା ଡାକ୍ତରଙ୍କୁ ଅପରେନ ଥିଏଟରରରେ ଅସଦାଚରଣ କରିଥିଲେ। ମଇ ୨୨ ତାରିଖରେ ଏହି ଅସଦାଚରଣର ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗକୁ କେନ୍ଦ୍ର କରି ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏମ୍ସ  ଡାକ୍ତରମାନେ ଧାରଣାରେ ବସିଥିଲେ।

ପୁଲିସ୍‌ ଘଟଣାରେ ନିର୍ସିଂ ଅଫିସର ସତୀଶଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ ପାଇଁ ହସ୍ପିଟାଲରେ ପହଞ୍ଚିଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ଉତ୍ତେଜନା ଆଶଙ୍କାରେ ପୁଲିସ ଜିପ୍‌କୁ ଏମରଜେନ୍ସି ୱାର୍ଡରେ ପଶାଇ ଦେଇଥିଲା। ଯେଉଁଠାରେ ଅନେକ ରୋଗୀ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ବି ରହିଥିଲା।

 

ଶେଷରେ ପୁଲିସ ଚଢ଼ାଉ କରି ଅଭିଯୁକ୍ତ ସତୀଶଙ୍କୁ ହସ୍ପିଟାଲରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର