ବିଜେଡି କାର୍ଯ୍ୟାଳୟରେ ଟିଡିପି ପ୍ରତିନିଧି ମଣ୍ଡଳ

ଆନ୍ଧ୍ରର ସ୍ୱତନ୍ତ୍ର ପାହ୍ୟା ଦାବିକୁ ସମର୍ଥନ ପାଇଁ ନିବେଦନ

ନୂଆଦିଲ୍ଲୀ : ଆଜି ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ସାଂସଦମାନେ ସଂସଦ ଭବନ ସ୍ଥିତ ବିଜେଡିି କାର୍ଯ୍ୟାଳୟକୁ ଆସି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପଠଇଥିବା ପତ୍ର ପ୍ରଦାନ କରିଛନ୍ତି। ଲୋକସଭାର ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ରାଜ୍ୟସଭା ସାଂସଦ ଦିଲ୍ଲୀପ ତିର୍କୀଙ୍କୁ ସେମାନେ ଭେଟି ଆନ୍ଧ୍ରପ୍ରଦେଶର ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ସମ୍ପର୍କିତ ଦାବିକୁ ସମର୍ଥନ କରିବା ପାଇଁ ପତ୍ର ମାଧ୍ୟମରେ ନିବେଦନ କରିଥିଲେ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ସମୟରେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେନ୍ଦ୍ର ସରକାର ପାଳନ କରୁନଥିବାରୁ ଏହା ବିରୋଧରେ ସମସ୍ତ ବିରୋଧୀ ଦଳଙ୍କ ସମର୍ଥନ ଆବଶ୍ୟକ ବୋଲି ସେମାନେ କହିଛନ୍ତି। ଏଥି ସହିତ ଆନ୍ଧ୍ରର ସ୍ୱତନ୍ତ୍ର ରାଜ୍ୟ ପାହ୍ୟାା ଦାବିକୁ ମଧ୍ୟ ସମର୍ଥନ କରିବାକୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡ଼ୁ ପତ୍ରରେ କହିଛନ୍ତି।

ସମ୍ବନ୍ଧିତ ଖବର