ପଞ୍ଜାବ କିଙ୍ଗ୍ସ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ୍

ଲକ୍ଷ୍ନୌ: ଆଇପିଏଲ୍ ୨୦୨୪ର ୧୧ତମ ମ୍ୟାଚ୍‌ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍(ଏଲଏସଜି) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଖେଳାଯାଉଛି। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ‌ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ଅଧିନାୟକ ନିକୋଲସ ପୁରନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାୱନଙ୍କ ନେତୃତ୍ବରେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୮ ୱିକେଟ ହରାଇ ୧୯୯ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗ୍ସ ପାଇଁ ବିଜୟ ଲକ୍ଷ୍ୟ ୨୦୦ ରନ୍ ରହିଛି। ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ୩୮ ବଲ୍‌ରେ ୫୪ ରନ୍ କରିଥିଲେ। ସେହିପରି ନିକୋଲସ ପୁରନ ୨୧ ବଲ୍‌ରେ ୪୨ ରନ୍ , କ୍ରୁନାଲ ପାଣ୍ଡ୍ୟା ୨୨ ବଲ୍‌ରେ ୪୩ ରନ୍ କରିଥିଲେ।

ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ର ଓପନର ଡି କକ୍ ଏବଂ କେଏଲ ରାହୁଲ ପ୍ରଥମ ୱିକେଟରେ ୩୫ ରନ୍‌ର ପାଟନରସିପ୍ କରିଥିଲେ। ଅର୍ଶଦୀପ ସିଂ ବୋଲିଂରେ ରାହୁଲ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ସେ ୯ ବଲ୍‌ରେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫ ରନ୍ କରିଥିଲେ। ରାହୁଲଙ୍କ ପରେ ଦେବଦତ୍ତ ପାଦିକ୍କଲ ବ୍ୟାଟିଂ କରିବାକୁ ଆସି ୬ ବଲ୍‌ରେ ୯ ରନ୍ କରି ଆଉଟ୍ ହୋଇଥିଲେ। ସାମ୍ କରନ୍‌ଙ୍କ ବଲ୍‌ରେ ସେ ଶିଖର ଧାୱନଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଥିଲେ। ମାର୍କସ ଷ୍ଟୋଇନିସ ତୃ୍ତୀୟ ୱିକେଟ ଯୋଡ଼ିରେ ୩୩ ରନ୍‌ର ପାର୍ଟନରସିପ୍ କରିଥିଲେ।

ସମ୍ବନ୍ଧିତ ଖବର