୧୫ ମାସରେ ଭିତରେ କରୀନା କିପରି ହ୍ରାସ କଲେ ୧୬କିଲୋ ଓଜନ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ୨୦୧୬ ଡିସେମ୍ବର ୨୦ରେ ପୁତ୍ର ତୈମୁରଙ୍କୁ ଜନ୍ମ ଦେଇଥିଲେ। ନିକଟରେ କରୀନା କପୁରଙ୍କ ଟ୍ରେନର ଏକ ମାଗାଜିନ୍‌ରେ ସାକ୍ଷାତକାର ହେଉଥିବା ସମୟରେ କହିଥିଲେ, ୧୫ ମାସରେ କରିନା ୧୬କିଲୋ ଓଜନ ହ୍ରାସ କରିଛନ୍ତି। ଏଥିପାଇଁ ତାଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି।

କରୀନାଙ୍କ ଟ୍ରେନ୍‌ରଙ୍କ କହିବାନୁସାରେ, ସନ୍ତାନ ଜନ୍ମ କରିବାର ୪୫ ଦିନ ପରେ କରୀନା ଯେତେବେଳେ ମୋ ସହିତ ସାକ୍ଷାତ କରିଥିଲେ ସେ କହିଥିଲେ ତାଙ୍କୁ ଫିଟ୍‌ ହେବାର ଅଛି। ବାସ୍‌ ସେବେଠାରୁ କସରତ କରିବା ଆରମ୍ଭ କରିଦେଇଥିଲେ। ୧୫ ମାସ ଭିତରେ କରୀନା ନିଜର ୧୬କିଲୋ ଓଜନ ହ୍ରାସ କରିଛନ୍ତି। କରୀନାଙ୍କ ଓଜନ ହ୍ରାସ କରିବା ଏଥିପାଇଁ ଜୁରୁରୀ ଥିଲା କାରଣ ତାଙ୍କୁ ‘ବୀର ଦି େଓ୍ଵଡିଂ’ର ସୁଟିଂ କରିବାର ଥିଲା। ଡିସେମ୍ବର ପରେ ପରେ ସେ ଯୋଗ କ୍ଲାସ ଜଏନ୍‌ କରି ଦେଇଥିଲେ। କରୀନାଙ୍କ ଜିମ୍‌ ଯିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର