ଜାଣନ୍ତୁ ଆଜିର ରାଶିଫଳ

ମେଷ: କାରବାରରେ ଅନିଶ୍ଚିତ ସ୍ଥିତି ରହିପାରେ। ଯାହା କାମ କରୁଛନ୍ତି ସକାରାତ୍ମକ ହୋଇ କରନ୍ତୁ। ଧାର ଦେଇଥିବା ଅର୍ଥ ପାଇବେ। ଜୀବନସାଥୀଙ୍କ ସହଯୋଗ ଅଶାନ୍ତି ଦୂର କରିବ।

ବୃଷ: ଧନଲାଭ ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ପାରିବାରିକ ଜୀବନ ସୁଖମୟ ହେବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ମିଥୁନ: ଆପଣଙ୍କ ଲାଗି ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। ଜୀବନସାଥୀଙ୍କ ସହଯୋଗରେ ବଡ଼ ନିଷ୍ପତ୍ତି ନେବେ। ଆପଣ ନିଜ କାମରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ।

କର୍କଟ: ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। କୋର୍ଟ କଚେରି ମାମଲାରେ ଆପଣ ଜିତିବେ। ଋଣ ପରିଶୋଧ କରିବେ। ଡାକ୍ତରଙ୍କର ସମାଜରେ ନାମ ଉଚ୍ଚା ରହିବ।

ସିଂହ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ଦୁଃଖୀ ଲୋକଙ୍କୁ ସହାୟତା କରିବାରେ ସଂକୋଚ କରନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

କନ୍ୟା: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ବିବାହିତ ଲୋକ ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ। ଡାକ୍ତରୀ ଛାତ୍ର କିଛି ନୂଆ ଶିଖିବେ।

ତୁଳା: ଅନ୍ୟମାନଙ୍କର ସହଯୋଗ ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଆପଣଙ୍କର ସ୍ବାସ୍ଥ୍ୟ ଠିକ୍ ରହିବ। ନୂଆ କାହାଣୀ ଲେଖିବା ଲାଗି ମନରେ ନୂଆ ବିଷୟ ଆସିବ।

ବିଛା: ଚାକିରିଆଙ୍କୁ ପଦୋନ୍ନତି ମିଳିବାର ସମ୍ଭାବନା ଅଛି। ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ପ୍ରେମ ଜୀବନ ମଧୁର ରହିବ। ଛାତ୍ର ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରି ପଢ଼ନ୍ତୁ।

ଧନୁ: ଦିନଟି ସବୁ ଦୃଷ୍ଟିରୁ ଭଲ। ଆପଣ ନିଜର ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ସାଥୀ ମେଳରେ ଆପଣଙ୍କର ଭାବମୂର୍ତ୍ତି ସୁନ୍ଦର ରହିବ।

ମକର: ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ବୈଜ୍ଞାନିକଙ୍କୁ ବଡ଼ ସଫଳତା ମିଳିବ। ପାରିବାରିକ ଜୀବନ ସୁଖକର ହେବ। ନିଜର ସାଥୀ ପ୍ରତି ବିଶ୍ବାସ ବଜାୟ ରଖନ୍ତୁ।

କୁମ୍ଭ: ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ନୂଆ ଯାନ କିଣିବା ଲାଗି ମନ ହେବ।

ମୀନ: ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଫିସରେ ଜରୁରୀ କାମ ପୂରା କରିବାରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ଘରକୁ ଅଚାନକ କୌଣସି ବନ୍ଧୁ ଆସିବେ।

ସମ୍ବନ୍ଧିତ ଖବର