ଖଦିରେ ରହିଛି ଗାନ୍ଧୀଙ୍କ ଆତ୍ମା

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଖାରବେଳନଗରସ୍ଥିତ ଖଦି ବୋର୍ଡ କାର୍ଯ୍ୟାଳୟଠାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇଥିଲେ। ଖଦି ବ୍ୟବହାର କଲେ ଗାନ୍ଧୀଜୀ ସମସ୍ତଙ୍କ ଭିତରେ ବଞ୍ଚି ରହିବେ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ ଗାନ୍ଧୀ ଦର୍ଶନ, ଆଦର୍ଶ ତଥା ‘ଖଦି ଓ ଗ୍ରାମୀଣ ଅର୍ଥନୀତି’ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜଳ ସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ଖଦି ବୋର୍ଡର ବରିଷ୍ଠ ସଭ୍ୟା ଡ. ଅରୁନ୍ଧତୀ ଦେବୀ, ସଭ୍ୟ ରବି ଲାବଣ୍ୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ସମାଜସେବୀ ତଥା ‘ସଲାମ ଜୀବନ’ର ନିର୍ଦ୍ଦେଶକ ମହମ୍ମଦ ଇମ୍ରାଲ ଅଲ୍ଲୀ, ହରପ୍ରସାଦ ମହାପାତ୍ର, ମନସ୍ବିନୀ ପରିଡ଼ା, ରଶ୍ମିରଂଜନ ମାର୍ଥା, ଭାଗ୍ୟଶ୍ରୀ ରାଉତ, ରତ୍ନାକର ସାହୁ ଓ ମିସନ ରକ୍ତଦାନ ଅଭିଯାନର ସମସ୍ତ ସଦସ୍ୟଙ୍କୁ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ କୁଷ୍ଠାଶ୍ରମର ଅନ୍ତେବାସୀମାନଙ୍କୁ ବସ୍ତ୍ର ପ୍ରଦାନ କରାଯିବ ସହ ଆଶାଏଁ ଅନୁଷ୍ଠାନ ତରଫରୁ ଗାନ୍ଧୀଜୀଙ୍କ ଉପରେ ଚିତ୍ରକଳା ଅଙ୍କନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଖଦି ବୋର୍ଡର ସଚିବ ଅବଦୁଲ ଅଲିମ୍ ଖାନ୍ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର