କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପିତାମାତାଙ୍କ ନିଆରା ବାର୍ତା: ଏମିତି ସେବା ଦିଅ ଯେ ଯାତ୍ରୀ ହସି ହସି ଓହ୍ଲାଇବେ

ଭୁବନେଶ୍ବର : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ପୁଣିଥରେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ନିଜ ଘର ରାଜସ୍ଥାନକୁ ଯାଇଥିବା ସମୟରେ ପିତାମାତାଙ୍କୁ ଭେଟି ଆର୍ଶୀବାଦ ନେଇଥିଲେ। ଏହି ସମୟରେ ତାଙ୍କ ପିତାମାତା ନିଆରା ବାର୍ତା ଦେଇଛନ୍ତି। ସେମାନେ କହିଛନ୍ତି ଯେ ପୁଅ ତୁମେ ଏପରି ସେବା କରିବା ଉଚିତ ଯେ ଟ୍ରେନରେ ଚଢ଼ୁଥିବା ପ୍ରତ୍ୟେକ ଯାତ୍ରୀ ହସି ହସି ଟ୍ରେନ୍‌ରୁ ଓହ୍ଲାଇବେ। ନିଜ ଯାତ୍ରା ସଫଳ ହୋଇଛି ବୋଲି କହିବେ। ଆମମାନଙ୍କ ଆର୍ଶୀବାଦ ସର୍ବଦା ତୁମ ଉପରେ ରହିଛି। ଖୁସିରେ ରୁହ, ଭାରତୀୟଙ୍କ ସେବା ଜାରି ରଖ। ପିତାମାତାଙ୍କୁ ସାକ୍ଷାତ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଦେଶର ସେବା କରିବା‌ ଦାୟିତ୍ବ ମିଳିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପରିବାରରୁ ମିଳିଥିବା ସଂସ୍କାର ପାଇଁ ଆଜି ଏଠାରେ ପହଞ୍ଚିଛି। ପିତାଙ୍କର ଆର୍ଶୀବାଦ ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ସମ୍ବନ୍ଧିତ ଖବର