ସମ୍ବଲପୁର ସଂସଦୀୟ କ୍ଷେତ୍ରର ମଇଦାନରେ ଏବେ ୪୪ ପ୍ରାର୍ଥୀ

ସମ୍ବଲପୁର: ଆସନ୍ତା ୨୫ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସମ୍ବଲପୁର ସଂସଦୀୟ କ୍ଷେତ୍ର, ରେଢ଼ାଖୋଲ ବିଧାନସଭା, କୁଚିଣ୍ଡା ବିଧାନସଭା, ରେଙ୍ଗାଲି ବିଧାନସଭା ଏବଂ ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ୪୪ ଜଣ ପ୍ରାର୍ଥୀପତ୍ର ମଇଦାନରେ ରହିଛନ୍ତି। ଗତକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ଶେଷ ହେବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ୧୪ ଜଣ, ସମ୍ବଲପୁର ବିଧାନସଭା ‌କ୍ଷେତ୍ରରେ ୯ ଜଣ ପ୍ରାର୍ଥୀ, ରେଙ୍ଗାଲି ବିଧାନସଭା କ୍ଷେତ୍ରରେ ୧୦ ଜଣ ପ୍ରାର୍ଥୀ, କୁଚିଣ୍ଡା ବିଧାନସଭା କ୍ଷେତ୍ରରେ ୪ ଜଣ ଏବଂ ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ୭ ଜଣ ପ୍ରାର୍ଥୀ ରହିଛନ୍ତି।
ଚୂଡ଼ାନ୍ତ ତାଲିକାରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ବିଜେଡିର ପ୍ରଣବ ପ୍ରକାଶ ଦାସ, କଂଗ୍ରେସର ନଗେନ୍ଦ୍ର ପ୍ରଧାନ, ବିଏସପିରୁ ସଦାନନ୍ଦ ରଣବିଡ଼ା, ପଶ୍ଚିମାଞ୍ଚଳ ବିକାଶ ପାର୍ଟିରୁ ଲକ୍ଷ୍ମଣ କୁମାର ଭୋଇ, କମ୍ୟୁନିଷ୍ଟରୁ ନବକିଶୋର ପ୍ରଧାନ, ନ୍ୟାସନାଲ ଜନ ଦଳରୁ ସୁଭାଷ ମହାପାତ୍ର, ରାଷ୍ଟ୍ରୀୟ ମାନବ ପାର୍ଟିରୁ ଖଗେଶ୍ୱର ବେହେରା, କୋ‌ଶଳ ଜନତା ଦଳରୁ ପୁରୁଷୋତ୍ତମ ପାତ୍ର, ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟିରୁ ରାକେଶ ବାଗ ଏବଂ ସ୍ୱାଧୀନ ପ୍ରାର୍ଥୀ ସୁଶୀଲ କୁମାର ବାବୁ, ଶ୍ରୀରାମ ପାଣ୍ଡେ, ଆତ୍ମାରାମ ସୁପକାର ଓ ଜ୍ଞାନେନ୍ଦ୍ର ବେହେରା ରହିଛନ୍ତି।
ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ବିଜେପିର ଜୟନାରାୟଣ ମିଶ୍ର, ବିଜେଡିର ରୋହିତ ପୂଜାରୀ, କଂଗ୍ରେସର ଦୁର୍ଗାପ୍ରସାଦ ପାଢ଼ୀ, ବିଏସପିର ଅନିଲ ନାୟକ, ସମାଜବାଦୀ ପାର୍ଟିର ଅନିଲ ଯାଦବ, ନ୍ୟାସ୍‌ନାଲ ଆପନୀ ପାର୍ଟିର ନନ୍ଦିକିଶୋର ମେହେର ଏବଂ ସ୍ୱାଧୀନ ପ୍ରାର୍ଥୀ ପ୍ରଭାସ ପୃଷେଠ, ମହେଶ ଶର୍ମା ଓ ରାମକ୍ରିଷ୍ଣା ଶାହାସିନି ଚୂଡ଼ାନ୍ତ ତାଲିକାରେ ଅଛନ୍ତି।
ରେଢ଼ାଖୋଲରୁ କଳିଙ୍ଗ ସେନା ପ୍ରାର୍ଥୀ ମନୋଜ କୁମାର ମିଶ୍ର, ବହୁଜନ ସମାଜ ବାଦୀ ପାର୍ଟିର ପ୍ରଭାକର ରଂଜିତ, ବିଜେପିର ଦେବେନ୍ଦ୍ର ମହାପାତ୍ର, କଂଗ୍ରେସର ଆସଫ ଅଲ୍ଲୀ ଖାନ, ବିଜେଡିର ପ୍ରସନ୍ନ ଆଚାର୍ଯ୍ୟଙ୍କ ସହିତ ସ୍ବାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ଏବଂ ସଂଜିତ କୁମାର ବାବାଙ୍ଗା, କୁଚିଣ୍ଡାରେ ବିଜେପିର ରବିନାରାୟଣ ନାୟକ, ବିଜେଡିର ରାଜେନ୍ଦ୍ର ଛତ୍ରିଆ, କଂଗ୍ରେସର କେଦାରନାଥ ବରିହା ଏବଂ ସ୍ୱାଧୀନ ପ୍ରାର୍ଥୀନୀ ମିନାକ୍ଷୀ ମାଝୀ, ରେଙ୍ଗାଲିରେ ବିଜେପିର ନାଉରୀ ନାୟକ, ବିଜେଡିର ସୁଦର୍ଶନ ହରିପାଲ, କଂଗ୍ରେସର ଦିଲ୍ଲୀପ ଦୁରିଆ, ବିଏସପିର ଆନନ୍ଦିନୀ ବେସନ, ଆମ ଆଦମୀ ପାର୍ଟିରୁ ସୀତାକାନ୍ତ ରହିଦାସ, ଭାରତୀୟ ନ୍ୟାୟ ଅଧିକାର ରକ୍ଷା ପାର୍ଟିରୁ ଉକାର କଲେତ, ପଶ୍ଚିମାଞ୍ଚଳ ବିକାଶ ପାର୍ଟିରୁ ହମିଦ ପ୍ରସାଦ ଲୁହା ଏବଂ ସ୍ୱାଧୀନ ପ୍ରାର୍ଥୀ ଲଙ୍କେଶ ରାବଣ, ବାସୁଦେବ ସୁନାନୀ, ସୁଶାନ୍ତ କୁମାର ଡନସେନା ମଇଦାନରେ ରହିଛନ୍ତି।

ସମ୍ବନ୍ଧିତ ଖବର