ସୁଯୋଗ ମିଳିଲେ ମଧ୍ୟ ନିର୍ବାଚନମଣ୍ଡଳୀ ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ: ଜଗନ୍ନାଥ

ଭୁବନେଶ୍ବର: ପ୍ରଚାରର ଶେଷ ଦିନରେ ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେପିର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଏକସଙ୍ଗେ ବାଇକ୍, କାର୍‌ ଓ ଅଟୋ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ମଧ୍ୟାହ୍ନ ୧୨ଟାରେ ଜଗନ୍ନାଥ ରସୁଲଗଡ଼ ଛକରୁ ହଜାର ହଜାର ସମର୍ଥକଙ୍କ ସହ ବମିଖାଲ, କଳ୍ପନା ଛକ,ଏଜି ଛକ, ସାଇନ୍ସ ପାର୍କ ଛକ ଓ ୟୁନିଟ-୬ ଅଞ୍ଚଳ ପରିକ୍ରମା କରିଥିଲେ। ବିଭିନ୍ନ ଛକରେ ସମର୍ଥକମାନେ ଜଗନ୍ନାଥଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିବା ଦେଖିବାକୁ ମିଳିଥିଲା।

ଏହି ଅବସରରେ ଜଗନ୍ନାଥ କହିଛନ୍ତି ଯେ ମୋତେ ଥରୁଟିଏ ସୁଯୋଗ ଦିଅନ୍ତୁ, ମଧ୍ୟ ନିର୍ବାଚନ ମଣ୍ଡଳୀ ବିକାଶର ସ୍ବର୍ଣ୍ଣିମ ଅଧ୍ୟାୟ ରଚିବ। ଆପଣମାନଙ୍କ ସ୍ନେହ ଓ ବିଶ୍ବାସ ମୋର ଶକ୍ତି। ୨୫ ବର୍ଷ ବିଜେଡି ଶାସନରେ ମଧ୍ୟ ନିର୍ବାଚନମଣ୍ଡଳୀବାସୀଙ୍କୁ ବିକାଶ ବଦଳରେ ଡେଙ୍ଗୁ, ଜଳବନ୍ଦୀ ଓ ମୁକୁଳା ଡ୍ରେନ୍ ଉପହାର ମିଳିଛି। ବିଜେଡି ନେତା ନିର୍ବାଚନ ହାରିବା ଭୟରେ ହିଂସାକୁ ଆପଣାଇଛନ୍ତି। କିନ୍ତୁ ଏଥର ପରିବର୍ତ୍ତନ ନିଶ୍ଚିତ ହେବ। ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ତାଙ୍କୁ ପଦ୍ମ ଫୁଲରେ ଭୋଟ୍ ଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର