ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ବାର୍ଷିକ: ‘ବିଜୁବାବୁ ଥିଲେ ଓଡ଼ିଶାର ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ’

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି। ଆଧୁନିକ ଓଡ଼ିଶା ଗଠନରେ ବିଜୁବାବୁଙ୍କର ଭୂମିକା ଥିଲା ଅଗ୍ରଗଣ୍ୟ। ସେ ଓଡ଼ିଶାର ରାଜନୀତି, ଅର୍ଥନୀତି, ସାଂସ୍କୃତିକ ଜାଗରଣ, ଚେତନା ଆନ୍ଦୋଳନକୁ ବହୁଭାବେ ପ୍ରଭାବିତ କରିଥିଲେ ବୋଲି ଅତିଥିମାନେ ଯୋଗଦେଇ ମତପ୍ରକାଶ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଯୋଗଦେଇ କହିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଜଣେ ମହାନାୟକ। ସମୟ ଓ ଇତିହାସର ଗତିପଥକୁ ବଦଳାଇ ଦେବା ଭଳି ଚରିତ୍ର। କେବଳ ଭାରତ ନୁହେଁ ଇଣ୍ଡୋନେସିଆ ଓ ରୁଷିୟାରେ ମଧ୍ୟ ତାଙ୍କର ବୀରତ୍ୱ ପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ। ମୁଖ୍ୟବକ୍ତା ବିଶିଷ୍ଟ ଶିକ୍ଷାବିତ୍‌ ଓ ସ୍ତମ୍ଭକାର ଅଭିରାମ ବିଶ୍ୱାଳ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ, ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱଜିତ ଦାଶ, ଉପନିର୍ଦ୍ଦେଶକ ଦୀପ୍ତିମୟୀ ମହାପାତ୍ର ଓ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ। ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଦେଇଥିଲେ। ରୋଜାଲିନ୍ ସାହୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର