ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଜେଲ୍‌ ଗଲେ କୋଚିଂ ଶିକ୍ଷକ

ଚନ୍ଦ୍ରଶେଖରପୁର : ଛାତ୍ରୀଙ୍କୁ ଅସଦାଚରଣ ଅଭି‌ଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର୍‌ର ଜଣେ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ସୁବୋଧ ଭୁଇଁଆ (୫୦)। ପୁଲିସ୍‌ ସୂଚନାନୁଯାୟୀ, ଗତକାଲି ସଂଧ୍ୟାରେ ସେ ଜଣେ ଛାତ୍ରୀଙ୍କୁ ଟ୍ୟୁସନ୍‌ରେ ଅସଦାଚରଣ କରିଥିଲେ। ଏ ସଂପର୍କରେ ଛାତ୍ରୀଜଣଙ୍କ ପରିବାରଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଓ କିଛି ଯୁବକ ସୁବୋଧଙ୍କୁ ମାଡ଼ ମାରି କୋଚିଂ ସେଣ୍ଟରରେ ତାଲା ପକାଇ ଦେଇଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା। ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରି ଆଜି ସୁବୋଧଙ୍କୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର