ମୃତ ଶରୀରର ଅମର ଗୀତ

ଦେବେନ୍ଦ୍ର ସୁତାର

ଗଞ୍ଜାମର ଭଞ୍ଜନଗର ନିବାସୀ ସୂରଜଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗ ଦାନ କରାଯାଇ ଛଅ ଜଣଙ୍କ ଲାଗି ନୂତନ ଜୀବନର ଆଶା ସ˚ଚାର କରାଯାଇପାରିଲା। ଏଥି ଲାଗି ସେ ଓ ତାଙ୍କ ପରିବାର କେବଳ ସାଧାରଣ ନାଗରିକଙ୍କ ଦୃଷ୍ଟିରେ ସମ୍ମାନର ପାତ୍ର ହେଲେନାହିଁ, ଆମ ରାଜ୍ୟ ସରକାର ମଧୢ ସେମାନଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରିଛନ୍ତି।

ଆମ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରତି ବର୍ଷ ପ୍ରାୟ ୧୫ ଲକ୍ଷ ବ୍ୟକ୍ତି ମୃତ୍ୟୁବରଣ କରନ୍ତି, ଯେଉଁମାନଙ୍କ ଭିତରୁ ଅନେକ ‘ମସ୍ତିଷ୍କ ମୃତ’ ଅବସ୍ଥାକୁ ଚାଲିଯାଆନ୍ତି। ଏହି ‘ମସ୍ତିଷ୍କ ମୃତ’ମାନଙ୍କ ପରିବାର ଯଦି ସେମାନଙ୍କ ଅଙ୍ଗଦାନ କରିବାକୁ ସ୍ଥିର କରନ୍ତେ, ତେବେ ପ୍ରତି ବର୍ଷ ଅଙ୍ଗ ପ୍ରତିରୋପଣକୁ ଅପେକ୍ଷା କରି ମୃତ୍ୟୁବରଣ କରୁଥିବା ପ୍ରାୟ ୫ ଲକ୍ଷ ହତଭାଗ୍ୟଙ୍କ ଭିତରୁ ଅନେକ ନୂଆ ଜୀବନ ଲାଭ କରିପାରନ୍ତେ।

ବୃକ୍କ, ହୃତ୍‌ପିଣ୍ତ, ଯକୃତ୍‌ ଓ ଫୁସଫୁସ ଇତ୍ୟାଦିର ପ୍ରତିରୋପଣ ଦ୍ବାରା ଯେଉଁମାନଙ୍କ ଶରୀରରେ ଏ ସବୁ ଅଚଳ ହୋଇଯାଇଥାଏ, ସେମାନଙ୍କୁ ବଞ୍ଚାଇ ଦେଇହୁଏ। ସେମିତି ଚକ୍ଷୁ ଦାନ ଦ୍ବାରା ଆମ ଦେଶରେ ପ୍ରାୟ ୩୦ ଲକ୍ଷ ଦୃଷ୍ଟିହୀନଙ୍କ ଦୃଷ୍ଟି ଶକ୍ତି ଫେରାଇ ଆଣିବା ସମ୍ଭବ ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ପ୍ରତିବର୍ଷ ‘କର୍ନିଆ’ ବା ଚକ୍ଷୁ ପଟଳ ଖରାପ ହୋଇଯିବା ଯୋଗୁ ପ୍ରାୟ ୨୦ ହଜାର ଲୋକ ଦୃଷ୍ଟିହୀନ ହୋଇପଡୁଛନ୍ତି। ‘କର୍ନିଆ’ ପ୍ରତିରୋପଣ ବଳରେ ସେମାନେ ପୁଣି ଦୃଷ୍ଟିମାନ ହୋଇପାରିବେ। ସେହିପରି ହୃତ୍‌ପିଣ୍ତର ଭାଲ୍‌ଭ ଖରାପ ହୋଇଯିବା, ହୃଦ୍‌ଯନ୍ତ୍ରରେ କୌଣସି ଶିରା ଶକ୍ତ ହୋଇଯିବା ପରି ସ୍ଥିତିରେ ହୃତ୍‌ପିଣ୍ତର ପ୍ରତିରୋପଣ କରାଯାଇପାରେ। ୧୯୬୭ରେ ଦକ୍ଷିଣ ଆଫ୍ରିକାସ୍ଥ କେପ୍‌ଟାଉନର ଡାକ୍ତର ଖ୍ରୀଷ୍ଟିଆନ୍‌ ବାର୍ନାଡ ପ୍ରଥମ ହୃତ୍‌ପିଣ୍ତ ରୋପଣ ଅସ୍ତ୍ରୋପଚାର କରିବା ପର ଠାରୁ ଭାରତ ସମେତ ସାରା ବିଶ୍ବର ପ୍ରାୟ ସବୁ ଦେଶରେ ଏହା କରାଯାଉଛି। ଯଦିଓ ‘ଷ୍ଟେମ୍‌ସେଲ’ ପଦ୍ଧତିରେ କୃତ୍ରିମ ଭାଲ୍‌ଭ ପ୍ରସ୍ତୁତ କରାଗଲାଣି, ତାହା ଅତ୍ୟନ୍ତ ବ୍ୟୟସାପେକ୍ଷ ହୋଇଥିବାରୁ ଅନେକ ରୋଗୀଙ୍କ ଆର୍ଥିକ ସାମର୍ଥ୍ୟ ବାହାରେ। ସେମାନଙ୍କ ଲାଗି ଅଙ୍ଗଦାନ ସୂତ୍ରରେ ମିଳିଥିବା ହୃତ୍‌ପିଣ୍ତ ପ୍ରାଣ ରକ୍ଷାକାରୀ ହୋଇଥାଏ। ଅଚଳ ଯକୃତ ବା ଅକାମି କିମ୍ବା ଦୁର୍ବଳ ଫୁସଫୁସର ମଧୢ ସଫଳ ପ୍ରତିରୋପଣ କରାଯାଇ ପାରୁଛି। ଆଉ ବୃକ୍କ ପ୍ରତିରୋପଣ ତ ଏବେ ଅତ୍ୟନ୍ତ ସାଧାରଣ କଥାରେ ପରିଣତ ହେଲାଣି। ଯେହେତୁ ପ୍ରତ୍ୟେକଙ୍କ ଠାରେ ଦୁଇଟି ବୃକ୍କ ଥାଏ ଏବ˚ ସେଇ ଭିତରୁ ଗୋଟିଏ ଦାନ କରାଯିବା ପରେ ବି ଦାତା ଅବଶିଷ୍ଟ ଜୀବନ ବିନା କୌଣସି ଅସୁବିଧାରେ ସୁସ୍ଥ ମଣିଷ ଭଳି ବଞ୍ଚି ରହିପାରେ, ବୃକ୍କ ଦାନ କରୁଥିବା ଲୋକଙ୍କ ସ˚ଖ୍ୟା ଅଧିକ ଏବ˚ ଏହାର ପ୍ରତିରୋପଣ ମଧୢ ଦେହସୁହା ହୋଇଗଲାଣି। ଏହା ବାଦ୍‌ ଅଗ୍ନାଶୟ, କାନର ପର୍ଦ୍ଦା, କାନର ହାଡ଼, ଅସ୍ଥିମଜ୍ଜା, ଚର୍ମ ଆଦିର ପ୍ରତିରୋପଣ କରାଯାଇପାରୁଛି, ଯାହା ଫଳରେ ଅନେକ ପୀଡ଼ିତ ନୂଆ ଜୀବନ ଲାଭ କରିପାରୁଛନ୍ତି। ମୃତ ଲୋକଙ୍କ ଅଙ୍ଗ ସେମାନଙ୍କ ଶରୀରରେ ଜିଇ ରହୁଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁ ମୃତ୍ୟୁ ପରେ ତାଙ୍କ ଶରୀରକୁ ଚିକିତ୍ସା ବିଜ୍ଞାନର ଗବେଷଣା ସକାଶେ ଦାନ କରି ଦେଇଥିଲେ। ଏହା ଏକ ଅତ୍ୟନ୍ତ ବିବେକପୂର୍ଣ୍ଣ ନିଷ୍ପତ୍ତି ଥିଲା। ଚିକିତ୍ସା ବିଜ୍ଞାନରେ ଉନ୍ନତି ଲାଗି ମୃତ ଶରୀରର ବହୁତ ଆବଶ୍ୟକତା ଥିବା ବେଳେ ଏବେ ସେଥିରେ ଘୋର ଅଭାବ ଦେଖା ଦେଉଛି। ଏହି ଅଭାବକୁ ମେଣ୍ଟାଇବା ଲାଗି ଅନେକ ଡାକ୍ତରଖାନାରେ କୃତ୍ରିମ ‘ଭର୍ଚ୍ୟୁଆଲ୍‌ ରିଏଲିଟି’ ପ୍ରଯୁକ୍ତି ଆଧାରରେ କୃତ୍ରିମ ମୃତ ଶରୀରକୁ ବ୍ୟବହାର କରାଯାଉଛି। ଯଦି ଅଧିକରୁ ଅଧିକ ଲୋକ ମୃତ୍ୟୁ ପରେ ସେମାନଙ୍କ ଶରୀରକୁ ଚିକିତ୍ସା ବିଜ୍ଞାନର ଗବେଷଣା ଲାଗି ଦାନ କରନ୍ତେ, ତେବେ ତାହା ମଧୢ ଏକ ମହାନ ପର˚ପରା ସୃଷ୍ଟି କରନ୍ତା।

ସ˚ପାଦକ, ଓଡ଼ିଶା ହେତୁବାଦୀ ସମାଜ
ମୋ-୯୪୩୮୮୪୦୫୦୬

ସମ୍ବନ୍ଧିତ ଖବର