‌ମେକ୍-ଅପରେ ମା’କୁ ଚିହ୍ନି ନପାରି ଭୋଭୋ ହୋଇ କାନ୍ଦୁଛି କୁନି ପୁଅ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ‌ରେ ଆପଣ ଦେଖି ପାରିବେ କି, ଜଣେ ମହିଳା ମେକଅପ ଲଗାଇ ସଜେଇ ହୋଇ ତାଙ୍କ ଛୋଟ ପୁଅ ପାଖକୁ ଆସୁଛନ୍ତି। ମା’ଙ୍କୁ ଦେଖି ଛୋଟ ପିଲାଟି ଭୋଭୋ ହୋଇ କାନ୍ଦିବାକୁ ଲାଗୁଛି।।

ଆଉ କ‌ାନ୍ଦିକାନ୍ଦି କହୁଛି, ‘ ମୋ ମା’ କାହିଁ?’ ପିଲାଠାରୁ ଏଭଳି କଥା ଶୁଣି ମା’ କହୁଛନ୍ତି,‘ ମୁଁ ପା ‌ତୋର ମା’। ତେବେ ଶିଶୁ ଜଣକ କହୁଛି, ‘ ନା ତୁମେ ମୋ ମା’ ନୁହଁ। ମୋ ମା’କୁ ଆଣିଦିଅ। ଏହାକହି ସେ ଦୂରକୁ ଚାଲି ଯାଉଛି।’ ଏହାପରେ ମା’  ଶିଶୁ ପାଖକୁ ଯାଇ ତାକୁ କୋଳରେ  ବସାଇ ସ୍ନେହ କରିବା  ସତ୍ତ୍ବେ ବି ପିଲା ତାର ମା’କୁ ଚିହ୍ନି ନ ପାରି ରାଗି ଯାଇ କାନ୍ଦିବାକୁ ଲାଗୁଛି।

ମା’ ଓ ପୁଅର ଏହି ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

 

 

 

ସମ୍ବନ୍ଧିତ ଖବର