ଦାମୀ କାର୍ ଛାଡ଼ି ମୁମ୍ବାଇ ରାସ୍ତାରେ ପତ୍ନୀ ଅନୁଷ୍କାଙ୍କୁ ବସାଇ ସ୍କୁଟି ଚଳାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ବର୍ତ୍ତମାନ କ୍ରିକେଟରୁ ନେଇଥିବା ବିରତିକୁ ଉପଭୋଗ କରୁଛନ୍ତି। ପରିବାର ସହ ସମୟ କଟାଉଥିବା ବିରାଟ ଏବେ ନିଜ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ପ୍ରୋଜେକ୍ଟରେ କାମ କରୁଥିବା ଜଣାପଡ଼ିଛି। କାମ ସହିତ ମଧ୍ୟ ଦୁହେଁ ଏକାଠି ସମୟ କଟାଇବାକୁ ଭୁଲିନଥିବା ବେଳେ କାର୍ ଛାଡ଼ି ଦୁହେଁ ସ୍କୁଟିରେ ଯାତ୍ରା କରିଥିବା ଦେଖାଯାଇଛି। ଦୁହିଁଙ୍କ କିଛି ଫଟୋ ଭାଇରାଲ ହେଉଥିବା ବେଳେ ସୁଟିଂ ସାରି ଦୁହେଁ ସ୍କୁଟିରେ ମୁମ୍ବାଇର ମଡ ଆଇଲାଣ୍ଡରୁ ବାହାରିଥିବା ଦେଖିବାକୁ ମିଳିଛି।

ଭାଇରାଲ ହେଉଥିବା ଫଟୋରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା କଳା ରଙ୍ଗର ହେଲମେଟ ପିନ୍ଧିଛନ୍ତି। କୋହଲି ସ୍କୁଟି ଚଳାଉଥିବା ବେଳେ ଅନୁଷ୍କା ଶର୍ମା ତାଙ୍କ ପଛରେ ବସିଛନ୍ତି। ଅନୁଷ୍କା କଳା ହେଲମେଟ ସହ କଳା ପୋଷାକ ପିନ୍ଧିଥିବା ବେଳେ ବିରାଟ ସବୁଜ ରଙ୍ଗର ‌ସାର୍ଟ ଓ କଳା ପ୍ୟାଣ୍ଟ ପିନ୍ଧିଛନ୍ତି। ଦୁହିଁଙ୍କୁ ଏଭଳି ସ୍କୁଟିରେ ଦେଖି ରାସ୍ତାରେ ଯାଉଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ବିରୁସ୍କା ଏହାର ମଜା ଉଠାଇଥିବା ଦେଖିବାକୁ ମିଳିଛି।

ତେବେ ବିରାଟଙ୍କ କ୍ରିକେଟ ଜୀବନରେ ଏବେ ବ୍ରେକ ଲାଗିଥିବା ବେଳେ ତାଙ୍କ ଫର୍ମକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ବିରୋଧ ମଧ୍ୟରେ ବିରାଟ ଏବେ କିଛି ଦିନ ପାଇଁ କ୍ରିକେଟରୁ ବିରତି ନେଇ ପତ୍ନୀ ଓ ଝିଅ ସହ ସମୟ କାଟୁଛନ୍ତି।

ସମ୍ବନ୍ଧିତ ଖବର