ଫେଡେରେସନ୍‌ କପ୍‌ ଭଲି: ପୁରୁଷ ଗ୍ରୁପ୍‌ ବିଜେତା: ଓଡ଼ିଶା ମହିଳାଙ୍କୁ ଐତିହାସିକ କାଂସ୍ୟ

ଭୁବନେଶ୍ବର: ଓଡ଼ିଶା ଭଲିବଲ୍‌ ସଂଘ ଏବଂ କିଟ୍‌ ବିଶ୍ବବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଆୟୋଜିତ ୩୪ତମ ଫେଡେରସନ୍‌ କପ୍‌ ଭଲିବଲ୍‌ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତି ଓଡ଼ିଶା ମହିଳା ଦଳ ଇତିହାସ ରଚିଛି। କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌ରେ ଚାଲିଥିବା ପ୍ରତିଯୋଗିତାର ମହିଳା ବର୍ଗର ଶୁକ୍ରବାର କାଂସ୍ୟ ମୁକାବିଲାରେ ଓଡ଼ିଶା ୩-୦ (୨୫-୧୬,୨୫-୨୨, ୨୫-୧୫) ସେଟ୍‌ରେ ହିମାଚଳ ପ୍ରଦେଶକୁ ହରାଇ ଜାତୀୟ ପ୍ରତିଯୋଗିତାରେ ପ୍ରଥମ ପଦକ ଜିତିବାର ଗୌରବ ଅର୍ଜନ କରିଥିଲା। ମୋନାଲିସା ପାତ୍ର (ଲିବେରୋ), ଅଧିନାୟିକା ଚେତନା ବାଲା (ଆଟାକର) ଓ ଆଞ୍ଜେଲ ଯୋଶେଫ (ବ୍ଲକର) ଚମତ୍କାର ପ୍ରଦର୍ଶନ ଦେଇ ଓଡ଼ିଶାକୁ ଏହି ପଦକ ଭେଟି ଦେଇଥିଲେ। ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଓଡ଼ିଶା ଦଳ ଗ୍ରୁପ୍‌ ବିଜେତା ହୋଇଛି। ଶୁକ୍ରବାର ମ୍ୟାଚ୍‌ରେ ଏହି ଦଳ ୩-୨ (୨୩-୨୫, ୩୦-୨୮, ୨୫-୧୯, ୧୮-୨୫, ୧୫-୯) ସେଟ୍‌ରେ ରାଜସ୍ଥାନକୁ ପରାସ୍ତ କରିଥିଲା।

ସମ୍ବନ୍ଧିତ ଖବର