ଜାତୀୟ ମିନି ଭଲିବଲ୍‌ ପାଇଁ ଓଡ଼ିଶା ଦଳ

କଟକ: ମିଜୋରାମର ଆଇଜଲ୍‌ଠାରେ ଆସନ୍ତା ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ୧୪ ବର୍ଷରୁ କମ୍‌ ଜାତୀୟ ମିନି ଭଲିବଲ୍‌ ପାଇଁ ଓଡ଼ିଶା ଦଳର ଘୋଷଣା ହୋଇଛି। ବାଳକ ଦଳରେ ଲକ୍ଷ୍ମଣ ବଡ଼ନାଏକ, ବିକୁ ସୋଦି, ଅମିତ କୁମାର ହରିଜନ, ଶରତ ଚାଲାନ୍‌, ମୋନା ସିଂହ, ଶକ୍ତିରଂଜନ ସାହୁ, ସନାତନ ମାଝୀ, ସନ୍ୟାସୀ ଦଳେଇ, ଇନ୍ଦ୍ର ବାଟେ, ରାମଚନ୍ଦ୍ର କବାସି, ସୀମା ସିସା, ଅର୍ଜୁନ ମାଡକାମି ସ୍ଥାନ ପାଇଛନ୍ତି। ଦଳରେ ଆଶୁତୋଷ ପାତ୍ର ପ୍ରଶିକ୍ଷକ, ଟିପି ଦାସ ସହକାରୀ ପ୍ରଶିକ୍ଷକ, ଆଲୋକ କୁମାର ଜେନା ପ୍ରବନ୍ଧକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି ବାଳିକା ଦଳରେ ଲସ୍ୟମୟୀ ମହନ୍ତ, ଗଙ୍ଗା ନାଏକ, ସ୍ଥିତପ୍ରଜ୍ଞା ଜେନା, ମନସ୍ୱିନୀ ଜେନା, ଦିୟା ଦାସ, ସୁପ୍ରିୟା, ସେବତୀ ଜୋଢିଆ, ଲକ୍ଷ୍ମୀ ଭୂମି, କୁନ୍ତଳା ଜୋଢିଆ, ମିଷ୍ଟି ହାଲ୍‌ଦାର, ଦିୟା ମିସ୍ତ୍ରୀ ସ୍ଥାନ ପାଇଥିଲା ବେଳେ କମର ଅଲ୍ଲୀ ଖାନ୍‌ ମୁଖ୍ୟ ପ୍ରଶିକ୍ଷକ ଓ ହିମାଂଶୁ ଦାସ ସହକାରୀ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଦଳ ଗୁରୁବାର ମିଜୋରାମ ଗସ୍ତ କରିବ।

ସମ୍ବନ୍ଧିତ ଖବର