ଟି-୨୦ ବିଶ୍ବକପ ଟିମରେ ଏହି ଖେଳାଳି ସାମିଲ ହୁଅନ୍ତୁ ବୋଲି ଚାହୁଥିଲେ ଶାହରୁଖ, ହେଲେ…

ମୁମ୍ବାଇ : ଟି-୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଟି-୨୦ ବିଶ୍ୱକପ ଆସନ୍ତା ଜୁନ ପହିଲାରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ୱେଷ୍ଟଇଣ୍ଡିଜ୍ ଓ ଆମେରିକା ମିଳିତଭାବେ ଆୟୋଜନ କରୁଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ୱ ନେବେ। ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି । ସେହିପରି ଆହତ ଯୋଗୁଁ ଦଳରୁ ଦୂରେଇ ରହିଥିବା ଋଷଭ ପନ୍ତ ଦଳକୁ ଫେରିଛନ୍ତି । ଦଳରେ ସଂଜୁସାମସନଙ୍କୁ ସ୍ଥାନ ମିଳିଥିବାବେଳେ ବୋଲିଂ ଦାୟିତ୍ବ ନେବେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ଓ କୂଳଦୀପ ଯାଦବ ।

ଏମଧ୍ୟରେ ବଲିଉଡର କିଙ୍ଗ ଖାନ୍ ଶାହରୁଖ କେଉଁ ଖେଳାଳିଙ୍କୁ ସମର୍ଥନ କରୁଥିଲେ ତାହା ସାମ୍ନାକୁ ଆସିଛି। ଶାହରୁଖ କୋଲକାତା ନାଇଟ୍ ରାଇଡର୍ସ ମାଲିକ ଥିବା ବେଳେ ଏହି ଟିମ୍ ପାଇଁ ଖେଳୁଥିବା ଜଣେ ଖେଳାଳି ଟି-୨୦ ବିଶ୍ବକପ‌ ଟିମରେ ସ୍ଥାନ ପାଆନ୍ତୁ ବୋଲି ଚାହୁଥିଲେ ଶାହରୁଖ, ଯାହା ହୋଇଛି ମଧ୍ୟ। ହେଲେ ଖେଳାଳିଙ୍କୁ ରିଜର୍ଭରେ ରଖାଯାଇଛି। ଖେଳାଳିଜଣକ ହେଉଛନ୍ତି ରିଙ୍କୁ ସିଂହ। ରିଙ୍କୁଙ୍କ ବ୍ୟତୀତ ଶୁଭମନ ଗିଲ୍, ଅଭେଶ ଖାଁ ଓ ଖଲିଲ ଅହମ୍ମଦ ରିଜର୍ଭରେ ଅଛନ୍ତି।

ଭାରତୀୟ ଦଳ : ରୋହିତ ଶର୍ମା(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟକିପର), ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ।

ସମ୍ବନ୍ଧିତ ଖବର