ମୟୂରଭଂଜରେ ଭାରତୀୟ ଯବାନ କିଷାନ ଦଳର ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା 

ଗୁରୁଚରଣ ହେମ୍ବ୍ରମ ହେଲେ ପ୍ରାର୍ଥୀ, ଇସ୍ତାହାରରେ ୧୩ଟି ପ୍ରତିଶ୍ରୁତି

ରାଇରଙ୍ଗପୁର: ଭାରତୀୟ ଯବାନ କିଷାନ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ଦଳର ଗୋଟିଏ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ସହିତ ନିର୍ବାଚନ ଇସ୍ତାହାର ପ୍ରକାଶ କରିଛି। ଭାରତୀୟ ଯବାନ କିଷାନ ଦଳ ନୂଆ କରି ୨୦୨୪ ସାଧାରଣ ନିର୍ବାଚନକୁ ଓହ୍ଲାଇଛି।  ମୟୂରଭଞ୍ଜ ଲୋକସଭା ଆସନ ନିମନ୍ତେ ଗୁରୁଚରଣ ହେମ୍ବ୍ରମଙ୍କ ନାମ ଘୋଷଣା ହୋଇଛି।
ବିଧାନସଭା ଆସନ ମଧ୍ୟରେ ରାଉରକେଲାରେ ନିର୍ମଳ କୁମାର ଦାସ, ଯଶିପୁରରେ ଦେବାନନ୍ଦ ପିଙ୍ଗୁଆ, ରାଇରଙ୍ଗପୁରରେ ଯଶୋଦା ମାରାଣ୍ଡି, ସାରସକଣାରେ ସମାଇ ମୁର୍ମୁ, ଭୁବନେଶ୍ଵର ମଧ୍ଯରେ ରଞ୍ଜନ କୁମାର କର, ଭୁବନେଶ୍ଵର ଉତ୍ତରରେ ଉମେଶ କୁମାର ଚଇନି ଓ ଭୁବନେଶ୍ଵର ଏକାମ୍ରରେ ବିଦୁତଲତା ଓଝାଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ନିର୍ବାଚନ ଇସ୍ତାହାରରେ ଦଳ ୧୩ ଟି ପ୍ରତିଶ୍ରୁତି ରଖୁଛି। ଦେଶରେ ଜାତି ଧର୍ମର ରାଜନୀତି ବନ୍ଦ କରିବା, ମହଙ୍ଗା କମ୍ କରିବାକୁ ପ୍ରୟାସ କରିବା ସହିତ କୃଷକଙ୍କୁ ସୌର ବିଜୁଳି ପାଇଁ ୮୦ % ରିହାତି ଦେବା, ସମସ୍ତଙ୍କୁ ସମାନ ଓ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ଘରୋଇ ସ୍ଵାସ୍ଥ୍ୟକେନ୍ଦ୍ର ନୀତିକୁ ବନ୍ଦ କରି ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ରକୁ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଆଦି ଏଥରେ ରହିଛି ବୋଲି ଦଳ ପକ୍ଷରୁ ରାଜ୍ୟ ସଭାପତି ଉମେଶ କୁମାର ଚଇନି ଓ ରାଜ୍ୟ ସମ୍ପାଦକ ରଞ୍ଜନ କୁମାର କର ସୁଚନା ପ୍ରଦାନ କରିଛନ୍ତି।
ସମ୍ବନ୍ଧିତ ଖବର