ପାରିବାରିକ ହିଂସା: ୩ ମୃତ

କୁକୁଡ଼ା ମା˚ସ ପାଇଁ ବାପାକୁ ଟାଙ୍ଗିଆରେ ହାଣିଦେଲା

ହରିଚନ୍ଦନପୁର : କୁକୁଡ଼ା ମାଂସ ପାଇଁ ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ହରିଚନ୍ଦନପୁର ବ୍ଲକ ହୁଣ୍ତା ପଞ୍ଚାୟତ ଗଜାଆମ୍ବ ଗ୍ରାମରେ। ମୃତକ ଜଣକ ହେଲେ ବିଶୁ ମୁଣ୍ଡା (୫୫)। ପୁଲିସ ଅଭିଯୁକ୍ତ ପୁଅ ନାନ୍ଦୁ ମୁଣ୍ଡା (୨୭)କୁ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୧ ତାରିଖରେ ବିଶୁ ୨ଟି କୁକୁଡ଼ା ମାରି ମା˚ସ ଆଣି ବୋହୂକୁ ରୋଷେଇ କରିବାକୁ ଦେଇଥିଲେ। ରୋଷେଇ ପରେ ଘରକୁ ଆସିଥିବା ସ˚ପର୍କୀୟଙ୍କୁ ପ୍ରଥମେ ଖାଇବାକୁ ଦିଆଯାଇଥିଲା। ଖିଆପିଆ ସାରି ସ˚ପର୍କୀୟମାନେ ଫେରିଯିବା ପରେ ପୁଅ ନାନ୍ଦୁ ଘରକୁ ଫେରିଥିଲା। କୁକୁଡ଼ା ମା˚ସ ଖାଇବାକୁ ନେଇ ବାପ-ପୁଅଙ୍କ ମଧୢରେ ଝଗଡ଼ା ହୋଇଥିଲା। ଏଥିରେ ନାନ୍ଦୁ ଉତ୍ତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ବାପା ବିଶୁଙ୍କୁ ଆକ୍ରମଣ କରିଥିଲା। ତାଙ୍କ ବେକ, ମୁହଁ, ଛାତିକୁ ହାଣି ପକାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସ˚ପର୍କରେ ବିଶୁଙ୍କ ସ୍ତ୍ରୀ ଗୁରୁବାରୀ ମୁଣ୍ତା ପଣ୍ତାପଡ଼ା ଥାନାରେ ଏତଲା ଦେଇଥିଲେ। ଏତଲା ପାଇ ପଣ୍ତାପଡ଼ା ଥାନାଧିକାରୀ ର˚ଜୁ ହାସିନୀ କୁଲୁ ସେଠାକୁ ଯାଇ ଶବ ଜବତ କରିବା ସହ ଅଭିଯୁକ୍ତ ପୁଅ ନାନ୍ଦୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

କାଠଫାଳିଆ ପ୍ରହାରରେ ବାପା ମୃତ: ପୁଅ ଗିରଫ

ବଣାଇଁଗଡ଼ : କୋଇଡ଼ା ଥାନା ଅନ୍ତର୍ଗତ ତୋଡ଼ା ଗାଁରେ ଘରୋଇ କଳହକୁ କେନ୍ଦ୍ର କରି ପୁଅର କାଠ ଫାଳିଆ ପାହାରରେ ବାପାଙ୍କ ମୃତ୍ୟୁ ହୋଇଛି। ପୁଲିସ ପିତୃହନ୍ତା ପୁଅକୁ ଗିରଫ କରି ଘଟଣାର ତଦନ୍ତ ଚଲାଇଛି। ଘଟଣାରୁ ପ୍ରକାଶ ଯେ ତୋଡ଼ା ଗାଁର ବୈକୁଣ୍ଠ ନାଏକ ଜନୈକା ଯୁବତୀଙ୍କୁ ଆଣି ଘରେ ରଖିଥିଲା। ଏହାକୁ ବୈକୁଣ୍ଠର ବାପା ମହୁଲିଆ (୫୮) ବିରୋଧ କରିବା ସହ ଉଭୟଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଉଭୟଙ୍କ ଝଗଡ଼ା କ୍ରମେ ଉଗ୍ରରୂପ ଧାରଣ କରିଥିଲା। ଶୁକ୍ରବାର ମଧ୍ୟାହ୍ନରେ ଏହାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଝଗଡ଼ା ହେବା ସହ ଏଥିରେ ବୈକୁଣ୍ଠ ରାଗି ଯାଇ ଏକ କାଠଫାଳିଆରେ ବାପା ମହୁଲିଆଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ମହୁଲିଆଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ କୋଇଡ଼ା ପୁଲିସ ଘଟଣାସ୍ଥଳରୁ ଶବ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର