ହୀରାକୁଦର ୬ ଗେଟ୍‌ ଖୋଲା

ସମ୍ବଲପୁର: ପୂର୍ବରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଥିବା ବେଳେ ଆଜି ଅପରାହ୍‌ଣରେ ପୁଣି ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି। ଆଜି ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୧୨ ଫୁଟ୍‌ରେ ପହଞ୍ଚିଥିବା ବେଳେ ଜଳଭଣ୍ଡାରରକୁ ୧,୭୬,୦୪୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହିପରି ଜଳଭଣ୍ଡାରରୁ ୧,୩୭,୯୨୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୬ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୯୮,୨୦୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬,୦୧୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଥିଲା।

ସମ୍ବନ୍ଧିତ ଖବର