ଡାକ୍ତରଖାନାରୁ ଚମ୍ପଟ ଅଭିଯୁକ୍ତ ଗିରଫ

ଯୋଡା : ଯୋଡ଼ା ଥାନାରେ ଗିରଫ ଅଭିଯୁକ୍ତକୁ  ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନା ନେଇଥିବା ବେଳେ  ଗୁରୁବାର ଦିନ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ଅଭିଯୁକ୍ତ ଜଣକ କୌଶଳ କ୍ରମରେ ପୁଲିସ ହେପାଜତରୁ ପରିସ୍ରା ବାହାନାରେ ସେଠାରୁ ଚମ୍ପଟ ମାରିଥିଲା। ପୁଲିସ ତାକୁ ଫିଲ୍ମ ଷ୍ଟାଇଲରେ ଗୋଡ଼େଇ ଗୋଡ଼େଇ ଧରିବାରେ ସକ୍ଷମ ହୋଇଥିଲା।

ଗତ ୧୨ ତାରିଖରେ ଯୋଡ଼ା ଥାନାରେ ଅଭିଯୁକ୍ତ ଯୋଡ଼ା ସହିଦ ନଗରର ସନ୍ଦୀପ ରାମ ନାମରେ ପୁଲିସ  ଏକ ମାମଲା ନଂ ୧୦୪/୨୩ ଦଫା୩୭୬(୩)/୨୯୪/୩୨୩/,୩୫୪/୫୦୬, ଆଇପିସି ସହିତ ପୋକ୍ସୋ ଆକ୍ଟ ରୁଜୁ କରିଥିଲା । ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ନେଇ ଯୋଡ଼ା ଥାନାରେ ରହିଥିବା ଏହି ମାମଲାରେ ଦୀର୍ଘ ଦିନରୁ ସନ୍ଦୀପ ଫେରାର ଥିଲା।

ସମ୍ବନ୍ଧିତ ଖବର