ଶିମିଳିପାଳର ସୁରକ୍ଷା ନେଇ ଅଭିଯାନ ଆରମ୍ଭ 

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ତଥା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସରଗୋଡା ଗ୍ରାମରେ ବନ କର୍ମଚାରୀ ଓ ଗୋରୁମହିଷାଣୀ ଥାନା ଅଧିକାରୀ ଦେବାଶିଷ ଶତପଥୀଙ୍କ ମିଳିତ ଉଦ୍ୟମରେ ଶିମିଳିପାଳ ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ମିଳିତ ଭାବରେ ଏକ ସଚେତନତା କାର୍ଯ୍ୟକ୍ରମ ସରଗୋଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସରଗୋଡା ଫରେଷ୍ଟର ଜିବନ ବଲ୍ଲଭ ପାତ୍ର, ଗୋରୁମହିଷାଣୀ ଥାନା ଅଧିକାରୀ ଦେବାଶିଷ ଶତପଥୀ, ଏଏସଆଇ ହୃଷିକେଶ ନାୟକ ସମସ୍ତ ପୁଲିସ ଅଧିକାରୀ ଓ ଫରେଷ୍ଟର ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।
ସମ୍ବନ୍ଧିତ ଖବର